ମଧ୍ୟରାତ୍ର ପର୍ଯ୍ୟନ୍ତ ମାମଲାର ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ ବିଚାରପତି, ଓକିଲ ପଚାରିଲେ – ” ଆପଣ କଣ ମାରାଥନ୍ ରନର ଥିଲେ କି ? “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ହାଇକୋର୍ଟଙ୍କ ଅବକାଶ ବେଞ୍ଚ୍ ସୋମବାର ଦିନ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଅବକାଶ ବେଞ୍ଚ ପ୍ରାୟ ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ତାଲିକାଭୁକ୍ତ ମାମଲାଗୁଡ଼ିକର ଭର୍ଚୁଆଲ ଶୁଣାଣି କରିଥିଲେ। ଜଷ୍ଟିସ ଅନୁପ ଜୟରାମ ଭମ୍ବାନୀଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜସମିତ ସିଂଙ୍କ ସିଙ୍ଗିଲ୍ ବେଞ୍ଚ୍ ସକାଳ ୧୦.୩୦ ରୁ ଅପରାହ୍ନ ୩ଟା ପର୍ଯନ୍ତ ଶୁଣାଣି କରିଥିଲେ। ଏହା ପରେ ମଧ୍ୟ ମାମଲାର ଶୁଣାଣି ଜାରି ରହିଥିଲା। ସିଙ୍ଗିଲ ଜଜ୍ ବେଞ୍ଚ ରାତି ୧୧.୩୦ ପର୍ଯ୍ୟନ୍ତ ତାଲିକାଭୁକ୍ତ ମାମଲାର ଶୁଣାଣି କରିଥିଲେ। ସୋମବାର ଦିନ ଡିଭିଜନ୍ ବେଞ୍ଚଙ୍କ ପାଇଁ ୧୯ଟି ମାମଲା ତାଲିକାଭୁକ୍ତ ହୋଇଥିବାବେଳେ ଜଷ୍ଟିସ୍ ସିଂଙ୍କ ଦ୍ୱାରା ମୋଟ ୪୦ ଟି ମାମଲାର ଶୁଣାଣି ହୋଇଥିଲା। ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ବାର୍ଷିକ ଗ୍ରୀଷ୍ମ ଛୁଟିରେ ଅଛନ୍ତି । କେବଳ ଦୁଇଜଣ ବିଚାରପତି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଜରୁରୀ ମାମଲାର ଶୁଣାଣି କରୁଛନ୍ତି। ମହାମାରୀ ହେତୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି ଚାଲିଛି। ତେବେ ଭର୍ଚୁଆଲ୍ ମୋଡ୍ ରେ ଉପସ୍ଥିତ ଥିବା ଅନେକ ଓକିଲ ଜଷ୍ଟିସ୍ ସିଂଙ୍କୁ କାର୍ଯ୍ୟ ସମୟ ବାଦ୍ କାମ କରିଥିବାରୁ ପ୍ରଶଂସା କରିଥିଲେ। ଗତ କାଲି ଶୁଣାଣି ଶେଷ ହେବା ପରେ ବରିଷ୍ଠ ଆଡଭୋକେଟ୍ ଦୟାନ କ୍ରିଷ୍ଣନ୍ ଏକ ପ୍ରଶ୍ନ ପଚାରିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ। ସେ ପ୍ରଶ୍ନ କରିଥିଲେ ଯେ ,” କଲେଜରେ ଆପଣ କେଉଁ ଖେଳ ଖେଳୁଥିଲେ ? ଆପଣ କଣ ଜଣେ ମାରାଥନ୍ ରନର୍ ଥିଲେ କି ?” ଜଷ୍ଟିସ୍ ସିଂ ଇଡି କାଉନ୍ସିଲ୍ ଅମିତ ମହାଜନଙ୍କୁ ଇଙ୍ଗିତ କରି କହିଥିଲେ ଯେ , “ଆମେ ସମସ୍ତେ ଶ୍ରୀ ମହାଜନଙ୍କଠାରୁ ଶିଖୁ। ତୁମେ ହାର୍ଡ ପାର୍ଟି କର ନଚେତ୍ କଠିନ ପରିଶ୍ରମ କର । ଏହା ହେଉଛି ମହାଜନଙ୍କ ଉଦ୍ଦେଶ୍ୟ। ଆମେ ସମସ୍ତେ ଧୀରେ ଧୀରେ ଏହା ଶିଖୁଛୁ ବୋଲି ବିଚାରପତି କହିଥିଲେ । ମହାଜନ ଏହାର ଉତ୍ତରରେ କହିଥିଲେ ଯେ ଆଉ କୌଣସି ପାର୍ଟି ହେଉ ନାହିଁ ।

Related Posts