ନୂଆଦିଲ୍ଲୀ: cଏନେଇ ଆବେଦନ ହୋଇଥିବା ମାମଲାର ଶୁଣାଣି କରି   କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାଏମ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ଶୁକ୍ରବାର କେନ୍ଦ୍ର ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଲାଗୁ ହୋଇଥିବା ସାମୟିକ କଟକଣା ହଟାଇବାକୁ ଟେଲିଗ୍ରାମ କରିଥିବା ଆବେଦନ ଶୁଣାଣିର ରାୟ ଦେଇ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଉପରୁ  ପ୍ରତିବନ୍ଧକ ହଟିବ ନାହିଁ।  ଜୁନ୍ ୨୨ ତାରିଖ ଯାଏ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି ରହିବ। ଏହାସହିତ ହାଇକୋର୍ଟ ଟେଲିଗ୍ରାମ ଆବେଦନକୁ ଖାରଜ କରି ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ କହିଛନ୍ତି ଯେ, ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ନିକଟରେ ଅଧିକାର ଅଛି। ସରକାର ସମସ୍ତ ପ୍ରକାର ପ୍ରକ୍ରିୟା ପାଳନ କରିଛନ୍ତି। ଏହା ସହିତ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଯେଉଁ କାରଣ ଦର୍ଶାଇଛନ୍ତି ତାହା ପର୍ଯ୍ୟାପ୍ତ ଏବଂ ଯୁକ୍ତିଯୁକ୍ତ ଅଟେ। କିନ୍ତୁ ଟେଲିଗ୍ରାମ ଯେଉଁ ଅଭିଯୋଗ ଆଣିଛି ଯେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା ତାହା ଗ୍ରହଣୀୟ ନୁହେଁ। କଟକଣା ଲଗାଯିବା ପୂର୍ବରୁ କେନ୍ଦ୍ର ସରକାର ବିଚାର ବିମର୍ଶ କରିଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ପୂର୍ବରୁ ମଧ୍ୟ ଟେଲିଗ୍ରାମ ବିରୋଧରେ ପେପର୍ ଲିକ୍ ଭଳି ଅଭିଯୋଗ ଆସିଛି । ତେଣୁ ଏହା ଉପରେ କଟକଣା ଲଗାଇବା ଅତ୍ୟନ୍ତ ଆବଶ୍ୟକ।