ମେହେବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିବା ପରେ, ମୁଫତିଙ୍କୁ ଜବାବ୍ ଦେଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଯେଭଳି ଟାର୍ଗେଟ କରିଥିଲେ ଏବେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି(ଭାଜପା) । ମେହେବୁବାଙ୍କ ଝବାବ ଦେବାକୁ ଯାଇ ଭାଜପା ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂ କହିଛନ୍ତି, ମେହେବୁବା ଏତେ ତଳକୁ ଖସିଯିବେ ତାହା ଆଦୌ ଗ୍ରହଣ କରାଯାଇ ନ ପାରେ ।ନିର୍ମଳ ସିଂ କହିଛନ୍ତି, ତୁମେ ପ୍ରଧାନମନ୍ତ୍ରୀ ଓ ସରକାରଙ୍କୁ ଯାହା କହୁଛ କୁହ, ହେଲେ ରାଷ୍ଟ୍ରପତିଙ୍କୁ ଏଭଳି କହିବା ଗ୍ରହଣୀୟ ନୁହେଁ । ତହା ପୁଣି ଯେତେବେଳେ ରାଷ୍ଟ୍ରପତି ପଦ ଛାଡୁଛନ୍ତି । ଏହା ମୁଫତିଙ୍କ ଅଭ୍ୟାସରେ ପଡିଗଲାଣି ।

ସୂଚନାଯୋଗ୍ୟ, ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିସାରିଛନ୍ତି । ସେ ଶପଥ ନେବା ପରେ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ସିଧାଳଖ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଥିଲେ । ମୁଫତି ଟୁଇଟ କରି କହିଥିଲେ, ଆର୍ଟିକଲ ୩୭୦ ହେଉ, ନାଗରିକତା ଆଇନ(ସିଏଏ) ହେଉ ଅବା ସଂଖ୍ୟାଲଘୁ ଓ ଦଳିତଙ୍କୁ ଟାର୍ଗେଟ କରିବା ହେଉ, ରାମନାଥ କୋବିନ୍ଦ ସବୁବେଳେ ଭାରତୀୟ ସମ୍ବିଧାନ ନାମରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏଜେଣ୍ଡାକୁ ପୂରଣ କରି ଆସିଛନ୍ତି । ପୂର୍ବତନ ରାଷ୍ଟ୍ରପତି (ରାମନାଥ କୋବିନ୍ଦ) ତାଙ୍କ ପଛରେ ଏମିତି ଏକ ପରମ୍ପରା ଛାଡି ଯାଇଛନ୍ତି ଯେଉଁଠି ଭାରତୀୟ ସମ୍ବିଧାନକୁ ବହୁବାର ଦଳାଚକଟା କରାଯାଇଛି । ଏବେ ଏହାର ଜବାବ ରଖିି ଭାଜପା ।

Related Posts