
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଙ୍ଗଳବାର ‘ଦ ହିନ୍ଦୁ’ କୁ ଏକ ସାକ୍ଷାତକର ରେ ଜି-୨୩ର ବରିଷ୍ଠ ସଦସ୍ୟ କପିଲ ଶିବଲ୍ କହିଛନ୍ତି , ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ବିତର୍କ କରିବା ଅପେକ୍ଷା , ଏବେର ଆହ୍ୱାନ କୋଭିଡ୍ ବିରେଧରେ ଲଢେଇ । କରୋନା ପରିଚାଳନାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ଶିବଲ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କୋର୍ଟ କରୋନା ମୁକାବଲା ପାଇଁ ସରକାରଙ୍କୁ ବାରମ୍ବାର ହୁକୁମନାମା- ଏକ ନ୍ୟାୟିକ ଲେଖା ଦେଇଛନ୍ତି । ପୂର୍ବତନ ଆଇନ ମନ୍ତ୍ରୀ କପିଲ ଶବଲ୍ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସାରା ଦେଶରେ ନିର୍ବାଚନ ରାଲି ବ୍ୟସ୍ତ ରହିଲେ କିନ୍ତୁ କୋଭିଡ୍ ସମୟରେ ଏହାର ପ୍ରଭାବ କଣ ହେବ ସେନେଇ ନିର୍ବାଚନ ଅୟୋଗ (ଇସି) ଚିନ୍ତା କରୁନାହାଁନ୍ତି । ଶିବଲ୍ କହିଛନ୍ତି, କେହି କେହି ପଚାରିବା ଉଚିତ୍ : ସାରେ, କେଉଁ ଆଧାରରେ ଆପଣଙ୍କର ପଶ୍ଚିମବଙ୍ଗରେ ଆଠ ପ୍ରର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଥିଲା? ଶିବଲ୍ ପରାମର୍ଶ ଦେଇ ହିଛନ୍ତି ଯେ , ମହାମାରୀ ମୁକାବଲା ପାଇଁ ଟୀକାକରଣକୁ ବୃଦ୍ଧି କରିବା ହେଉଛି ଅନ୍ୟତମ ପ୍ରଭାବଶାଳୀ ଉପାୟ । ତେଣୁ ଜରୁରୀ କାଳୀନ ଦ୍ରବ୍ୟ ଅଧିନିୟମ ଅନୁଯାୟୀ ଟୀକାକୁ ଏକ ଜରୁରୀ ଦ୍ରବ୍ୟ ଭାବେ ଘୋଷଣା କରିବା ଅବଶ୍ୟକ । ଏହା ରାଜ୍ୟ ସରକାରଙ୍କ ପାଇଁ ଏବଂ ବେସରକାରୀ ଡାକ୍ତରଖାନା ପାଇଁ ଓ ସମସ୍ତ କ୍ରୟ ପାଇଁ ସମାନ ମୁଲ୍ୟ ଧାର୍ଯ୍ୟ କରିବା ଉଚିତ୍ । ଗତ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ସାଂଗଠନିକ ନବିକରଣ ପାଇଁ ଚିଠି ଲେଖିଥିବା ଜି-୨୩ ରେ ବରିଷ୍ଠ ସଦସ୍ୟ ଶିବଲ୍ କହିଛନ୍ତି ଯେ, ସର୍ବଶେଷ ବିଧାନସଭା ସର୍ଭେ ଫଳାଫଳ ଏକ ଚିନ୍ତାର ବିଷୟ କିନ୍ତୁ ମହାମାରୀକୁ ମୁକାବଲା କରିବା ଏକ ପ୍ରଥମିକତା । “ ସତ କହିବାକୁ ଗଲେ ଏପରି ଏକ ସମୟ ଆସିବ ଯେତେବେଳେ ଅମେ ବୋଧ ହୁଏ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ଉଚିତ୍ । ଯେଉଁ ରାଜ୍ୟ ଗୁଡିକରେ ଆମେ ଭଲ କରିବାକୁ ଆଶା କରିଥିଲୁ ସେହି ଘଟଣା ଗୁଡିକରେ ଆମେ ସମସ୍ତେ ଚିନ୍ତିତ । କିନ୍ତୁ ଯେତେ ବେଳେ ରାଷ୍ଟ୍ର ଏକ ଜାତୀୟ ସ୍ୱାସ୍ଥ୍ର୍ୟ ଜରୁରୀ କାଳୀନ ପରିସ୍ଥିତି ଦେଇ ଗତି କରୁଛି ଆମେ ପ୍ରକୃତରେ ଏହି ପ୍ରସଙ୍ଗରେ ଆମର ବାର୍ତ୍ତାଳାପକୁ ସ୍ଥଗିତ ରଖିବା ଉଚିତ୍” ବୋଲି ଶିବଲ୍ କହିଛନ୍ତି । କୋଭିଡ୍ ସମ୍ବନ୍ଧୀୟ କିଛି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସଂପର୍କରେ ସେ କହିଛନ୍ତି, “ଡାକ୍ତରଖାନାରେ ଭର୍ତ୍ତୀ ହେବା, ଅତିଆବଶ୍ୟକ ଔଷଧ ଉପରେ ମୁଲ୍ୟ ନିର୍ଦ୍ଧାରଣ, କିପରି କ୍ରୟ କରିବା ଉଚିତ, କିପରି ବଣ୍ଟନ କରାଜିବ, ପ୍ରଟକଲ ଗୁଡିକ କଣ ରଖିବାକୁ ହେବ , ସରକାରଙ୍କୁ କୋର୍ଟ ଦେଇଥିବା ବାର୍ତ୍ତାକୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ଭାବୁଛି ଏହା ଦେଶରେ ଲୋକମାନଙ୍କ ପାଇଁ ଏକ ଅଦଭୁତପୁର୍ବ ସେବା କରୁଛି” । କୋଭିଡ୍-୧୯ ରେ ପ୍ରଥମମ ପ୍ରର୍ଯ୍ୟାୟରେ କୋର୍ଟ ଯେପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ସେଥିରେ ସେ କିଛି ମାତ୍ରାରେ ନିରାଶ ହୋଇଥିଲେ ବୋଲି ଶିବଲ୍ କହିଛନ୍ତି । ସେ କହିଛନ୍ତି କୋର୍ଟ କ୍ରମାଗତ ଭାବେ ହୁକୁମନାମା ରହିବା ଉଚିତ ଏବଂ ପ୍ରତ୍ୟକ ପ୍ରର୍ଯ୍ୟାୟରେ ସରକାର କଣ କରୁଛନ୍ତି ପଚାରିବା ଆବଶ୍ୟକ । ଶେଷରେ ମୋଦୀଙ୍କୁ ଆର୍ଟାକ କରି କହିଛନ୍ତି “ଦୋଷ କେନ୍ଦ୍ର ସରକାରଙ୍କ ଦ୍ୟାରସ୍ଥ ହୋଇଛି । ତୁମର ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଡାକ୍ତରଖାନାରେ ମୃତ ବରଣ କଲାବେଳେ ପ୍ରଚାର କରିବାକୁ ଅଧିକ ଭଲ ପାନ୍ତି, ଲୋକମାନେ ନିଜକୁ ପରିକ୍ଷା କରାଇ ପାରିବେ ନାହିଁ କିମ୍ବା ଅମ୍ଳଜାନ ପାଇ ପାରିବେ ନାହିଁ” ।