
(ସତ୍ୟପାଠବ୍ୟୁରୋ ) ଭୁବନେଶ୍ୱର: ଓଡିଶାକୁ ପୁଣି ଫେରି ପାରେ ପୋସ୍କୋ । ରୋଜଗାରର ଆଶା ଦେଖାଇ ଓଡିଶାର ଜଗତସିଂପୁରରେ ହେବାକୁ ଥିବା ପ୍ରକଳ୍ପରୁ ଓହରିଯାଇଥିଲା ।ଫେବୃଆରୀ ୨୦୧୭ ରେ ଇଡୋକ ଦ୍ୱାରା ଦିଆଯାଇଥିବା ୧୮୮୦ ଏକର ଜମିକୁ ଫେରାଇ ଦେଇଥିଲା । ବର୍ତ୍ତମାନ ପୁଣି ଥରେ ଦକ୍ଷିଣ କୋରିଆର ପୋସ୍କୋ ଓଡିଶା ଫେରିବାକୁ ଇଛାପ୍ରକାଶ କରିଛି । ଗତକାଲି ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ ଓଡିଶାରେ ୧୨ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦୦୦୦ କୋଟି ଟଙ୍କା) ବିନଯୋଗ କରିବାର ଇଛାଜାଗ୍ରତ କରିଛନ୍ତି ।
ଭର୍ଚୁଆଲ ମୋଡ ମାଧ୍ୟମରେ ଦକ୍ଷିଣକୋରିଆର ରଷ୍ଟ୍ରଦୂତ ସିନ୍ ବୋଙ୍ଗଜିଲ୍ ଏହି ପୁଞ୍ଜି ନିବେଶ କଥା କହିଥିବା ରାଜ୍ୟ ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜରେ କୁହାଯାଇଛି । ରାଜ୍ୟ ଶକ୍ତି ,ଶିଳ୍ପ , ଏମ୍ଏସମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଶିଳ୍ପବିଭାଗର ସ୍ୱତନ୍ତ୍ର ସଚିବ ନୀତୀନ ଭାନୁଦସ ଜୱଲ ପ୍ରମୁଖ ଯୋଗ ଦେଇଥିଲେ । ଗତ ଏକ ବର୍ଷରେ ୬୬ଟି ନୂଆ କୋରିଆ କମ୍ପାନୀ ଭାରତରେ କାରବାର କରିଛନ୍ତି । ଏହି କମ୍ପାନୀ ଗୁଡିକ ୨୦୨୦ରେ ୧୭ ମିଲିୟନ୍ ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିଛନ୍ତି ।କରେନା ମହାମାରୀ ସମୟରେ ଏକ ବୃହତ ରାଶି ବୋଲି ସିଙ୍ଗ୍ ବୋଙ୍ଗକିଲ୍ କହିଥିଲେ । କେରିଆ ବାଣିଜ୍ୟ –ପ୍ରୋତ୍ସାହନ ଏଜେନ୍ସିର ନିର୍ଦ୍ଦେଶକ ୟଙ୍ଗ ସାଗର ପାର୍କର କହିଛନ୍ତି ୍ଯେ ଜଳ ବିଶୋଧନ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ କ୍ଷେତ୍ରରେ କେରିଆ କମ୍ପାନୀ ଗୁଡିକ କାର୍ଯ୍ୟ କରବାକୁ ବହୁତ ଆଗ୍ରହୀ ଅଟନ୍ତି ପୂର୍ବରୁ ପୋଷ୍କ ପ୍ରକଳ୍ପ ଜୁନ୍୨୨, ୨୦୦୫ରେ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ପାରଦୀପ ନିକଟ ଉପକୂଳରେ ବାର୍ଷିକ ୧୨ ମିଲିୟନ ଟନ୍ ଇସ୍ପାତ କାରଖାନା ସ୍ଥାପନା କରିବାକୁ ଥିଲା ।ଏହା ଭାରତର ସର୍ବବୃହତ ଏଫ୍ଡିଆଇ ବିଲ୍ କରାଯାଇଥିଲା ପରବର୍ତ୍ତୀ ୧୨ ବର୍ଷମଧ୍ୟରେ ପୋସ୍କ ଏବଂ ରାଜ୍ୟ ସରକାର ଜନ ବିରୋଧୀର ସମ୍ମୁଖୀନ ହୋଇଥିଲେ । ଜଗତସଂପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ, ଓ ଢିଙ୍କିଆ ପଞ୍ଚାୟତରେ ରହୁଥିବା ଲୋକମାନେ ଯେଉଁଠାରେ ଇସ୍ପାତ କାରଖାନା ସ୍ଥାପନା କରିବାକୁ ଯୋଜନା କରାଯାଇଥିଲା ସେହି ପଞ୍ଚାୟତର ଲୋକ ମାନେ ୧୦୦ବର୍ଷରୁ ଅଧିକ ସମୟ ଧରି ସେଠାରେ ବସବାସ କରୁଥିଲେ ।ସେଥି ଲାଗି ବାରମ୍ବାର ଆନ୍ଦୋଳୋନ କରିବା ସ୍ୱତେ ଜଗତସିଂପୁରରେ ୫୨୦୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଇସ୍ପାତ ପ୍ରକଳ୍ପରୁ ପସ୍କୋ ପତ୍ୟାହାର କରିଥିଲେ ।
ଏହି ପ୍ରକଳ୍ପ ବିକାଶକୁ ବୃଦ୍ଧି କରିବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଏହି ଜମିରେ ଇସ୍ପାତ କାରଖାନା କରିବା ପାଇଁ ଆଗ୍ରହୀ ଥିଲେ ।