ରାହୁଲ ମମତାଙ୍କ ପରେ ନବୀନଙ୍କ ଘୋଷଣା : ପ୍ରଚାର ମଇଦାନରୁ ଦୂରେଇ ରହିବ ବିଜେଡି

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ବର: ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ସମସ୍ତ ନିର୍ବାଚନ ରାଲି ସ୍ଥଗିତ ଘୋଷଣା କରିଥିଲେ। ଏହି କ୍ରମରେ ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। କୋଭିଡ ସ୍ଥିତିକୁ ଦେଖି ବିଜେଡି ପିପିଲି ଉପନିର୍ବାଚନରେ ପ୍ରଚାର କରିବ ନାହିଁ ବୋଲି ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ” ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ମୋ ପରିବାର ସଦସ୍ୟ। ତେଣୁ ବିଜୁ ଜନତା ଦଳ ଜନସଭା, ସମାବେଶ ଓ ଶୋଭାଯାତ୍ରା କରିବନି। ଦାୟିତ୍ବ ସମ୍ପର୍ଣ୍ଣ ଦଳ ଭାବେ ଲୋକଙ୍କ ଜୀବନକୁ ବପଦକୁ ଠେଲିବ ନାହିଁ। ” ଅନ୍ୟପକ୍ଷରେ ରାଜନୈତିକ ଦଳ ଗୁଡିକ ପ୍ରଚାର ଓ ସମାବେଶରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଭିଡ ଭୟାବହତାକୁ ଦେଖି ନିର୍ବାଚନୀ ପ୍ରଚାର ରଦ୍ଦ କରିଛନ୍ତି।

Related Posts