ନିଜ ସରପଞ୍ଚ ପଦବୀକୁ ହରାଇ ବସିଲେ ସୌମ୍ୟରଞ୍ଜନ

soumya ranjan pradhan

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ନୟାଗଡ ପରୀ ଘଟଣାକୁ ଲୋକଲୋଚନକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୌମ୍ୟରଞ୍ଜନ ପ୍ରଧାନ ତାଙ୍କ ସରପଞ୍ଚ ପଦକୁ ହରାଇ ବସିଛନ୍ତି । ତେବେ ସୌମ୍ୟରଞ୍ଜନଙ୍କ ବିରୁଦ୍ଧରେ ମନମୁଖୀ କାର୍ଯ୍ୟ କରୁଥିବାର ଆରୋପ ଲାଗିଥିଲା । ଏ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ସୌମ୍ୟରଞ୍ଜନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ତେବେ ସୌମ୍ୟରଞ୍ଜନ ଅନାସ୍ଥା ଭୋଟରେ ହାରି ନିଜ ପଦକୁ ହରାଇବସିଛନ୍ତି । ଅନ୍ୟପଟେ ଏହି ଅନସ୍ତା ପ୍ରସ୍ତାବକୁ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ୱାକ୍ଷରିତ ବରଦି ପତ୍ର ନୟାଗଡ ଉପଜିଲ୍ଲାପାଳଙ୍କୁ ଦେଇଥିଲେ ।

Related Posts