ପୁଣିଥରେ କରୋନା କବଜାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା । ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି ଜୋ ବାଇଡେନ । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି ।

ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି । ତେଣୁ ସେ ଆଇସୋଲେସନରେ ରହିଛନ୍ତି । ଗତ ମତ୍ର ତିନି ଦିନ ତଳେ କରୋନାରୁ ସୁସ୍ଥ ହୋଇଥିଲେ ବାଇଡେନ୍‍ । ହେଲେ ଗତକାଲି ତାଙ୍କର କରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍‍ ଆସିଥିବା କୁହାଯାଇଛି ।

ସୂଚନା ଥାଉକି ପୂର୍ବରୁ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ଜୋ ବାଇଡେନ । ଜୁଲାଇ ୨୧ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‍ ଆସିଥିଲା । ବାଇଡେନ୍‍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଫାଇଜରର ଦୁଇଟି ଯାକ କରୋନା ଟିକା ନେଇଥିଲେ । ପରେ ୨୦୨୧ର ସେପ୍ଟେମ୍ବର ମାସରେ କରୋନାର ବୁଷ୍ଟର ଡୋଜ୍‍ ନେଇଥିଲେ । ହେଲେ ବର୍ତ୍ତମାନ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‍ ଆସିଛି ।

Related Posts