ଭୁଲ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ଶିବସେନା ଛାଡିବି ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ସକ୍ରିୟ ହୋଇଉଠିଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି ।

ତେବେ ଏହାରି ଭିତରେ ସଞ୍ଜୟ ରାଉତ କିଛି ଟୁଇଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୋ ବିରୋଧରେ ମିଛ ପ୍ରମାଣ ଏକାଠି କରି ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଏଥିସହ ସେ ଆହୁରିବି କହିଛନ୍ତି, ଭୁଲ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ଶିବସେନା ଛାଡିବି ନାହିଁ । ମୁଁ ମରିଗଲେ ବି ସମର୍ପଣ କରିବି ନାହିଁ । ଜୟ ମହାରାଷ୍ଟ୍ର.. ମହାରାଷ୍ଟ୍ର ଓ ଶିବସେନାର ଲଢେଇ ଜାରି ରହିବ । କେବଳ ଏତିକି ନୁହେଁ ଶିବସେନା ନେତାଙ୍କ ପକ୍ଷରୁ ଦଳୀୟ ଚିହ୍ନକୁ ଟୁଇଟ କରାଯାଇ ଲେଖାଯାଇଛି, ଶିବସେନା କେବେ ଛାଡିବି ନାହିଁ ।

Related Posts