ଏସିଆନ୍ ଗେମ୍ସ ପୂର୍ବରୁ ଦୂତୀ ଚାନ୍ଦ ଡୋପ୍ ଟେଷ୍ଟରେ ଫେଲ୍!, ରିପୋର୍ଟକୁ ଅସ୍ବୀକାର କଲେ ଧାବିକା

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ରିପୋର୍ଟ ଅନୁସାରେ, ୨୦୨୨ ଡିସେମ୍ବର ୫ ତାରିଖରେ ଦୂତିଙ୍କର ହୋଇଥିବା ଡୋପ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।
ଫଳରେ ଦୂତିଙ୍କ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ସେ ଚାଇନାରେ ହେବାକୁ ଥିବା ୨୦୨୩ ଏସିଆନ୍ ଗେମ୍ସରେ ଭାଗ ନେଇ ପାରିବେ ନାହିଁ ।

ତେବେ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଦୂତୀ।
ସେ କହିଛନ୍ତି ଯେ, ମୁଁ ଡୋପ ଟେଷ୍ଟରେ ବିଫଳ ହୋଇଛି ଏବଂ ମୋତେ ନିଲମ୍ବିତ କରାଯାଇଛି ବୋଲି ଲେଖାଥିବା ଚିଠିଟି ମିଛ। ମୋତେ ବଦନାମ କରିବା ପାଇଁ ଏଭଳି ଚିଠି ଭାଇରାଲ କରାଯାଉଛି। ଚିଠିରେ ନାଡାର ମେମୋ ନମ୍ବର ନାହିଁ କି କାହାର ଦସ୍ତଖତ ମଧ୍ୟ ନାହିଁ।

ସୂଚନାଯୋଗ୍ୟ ଯେ, ୨୦୧୮ ଏସିଆନ୍ ଗେମ୍ସରେ ୨୬ ବର୍ଷୀୟ ଦୂତି ଚାନ୍ଦ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

Related Posts