
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ରହିଛି । ସାନ ଫ୍ରାନ୍ସିକୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ବିମାନଟି କୋଲକାତାରେ ଅବତରଣ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।
ଏୟାର ଇଣ୍ଡିଆ ବିମାନର ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ଫଳରେ କୋଲକାତା ଏୟାରପୋର୍ଟରେ ଅଟକିଥିଲା ବିମାନ । ଭୋର୍ ୫ଟା ୨୦ ମିନିଟରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବାରମ୍ବାର ସାମନାକୁ ଆସୁଛି ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା ।
ଗତ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଯେଉଁଥିରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟ ମୃତଦେହର ଡିଏନଏ ଟେଷ୍ଟିଂ ଏବେବି ଜାରି ରହିଛି ।