ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇଛି ଭୟଙ୍କର ରୂପ । ସ୍ଥିତି ଏତେ ସାଂଘାତିକ ହୋଇପଡିଛି । ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡିଛି । ତେଣୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଦିଲ୍ଲୀରେ ନିର୍ମାଣ କାମକୁ ବ୍ୟାନ କରିଛନ୍ତି ସରକାର। ରବିବାର ଏହି କଟକଣା ଲଗାଯାଇଛି।

ନିର୍ମାଣ ସହ କୌଣସି ଉଚ୍ଛେଦ ହେବ ନାହିଁ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରେଡ୍‌ଡେ ରେସ୍‌ପନ୍ସ ଆକ୍ସନ ପ୍ଲାନ(GRAP) ଷ୍ଟେଜ୍-୧୧୧ର ଯୋଜନା ଅନୁସାରେ ଏହି କଟକଣା ଲଗାଯାଇଛି। ଗ୍ରାପ ସବ୍ କମିଟି ଦିଲ୍ଲୀ ପୂରା ଏନ୍‌ସିଆର୍‌ରେ ଏହି ନିୟମ ଲଗାଇବାକୁ ନିଷ୍ପତ୍ତି ନେଇଛି। ତେବେ ଦେଶର ସୁରକ୍ଷା, ପ୍ରତିରକ୍ଷା, ରେଳ, ମେଟ୍ରୋ ଆଦି ଜରୁରୀକାଳୀନ ନିର୍ମାଣକୁ କଟକଣା ମୁକ୍ତ କରାଯାଇଛି।

ବାୟୁ ମାନ ସୂଚକାଂକର ସୂଚନା ଅନୁସାରେ, ଏକ୍ୟୁଆଇ ୨୦୧-୩୦୦ ଭିତରେ ରହିଲେ ଖରାପ କ୍ୟାଟେଗୋରୀରେ ଆସିଥାଏ। ସେହିପରି ୩୦୦ରୁ ୪୦୦ ଭିତରେ ରହିଲେ ଅତି ଖରାପ,ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ଭୟଙ୍କର ସ୍ଥିତି ବୋଲି କୁହାଯାଏ। ବର୍ତ୍ତମାନ ଦିଲ୍ଲୀରେ ୨୪ ଘଣ୍ଟା ଏକ୍ୟୁଆଇ ୪୦୪ ରହୁଛି ବୋଲି ସୂଚନା ମିଳିଛି