ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଏଣିକି ଆଧାର-ପାନ ଦେଖାଇଲେ ମିଳିବ ୫ କେଜିଆ ସିଲିଣ୍ଡର। ତେବେ ଯେକୌଣସି ବ୍ୟକ୍ତି ଏବେ ବିନା ଆଡ୍ରେସ୍ ପ୍ରୁଫ୍‌ରେ ଛୋଟ ୫ କେଜିଆ ଗ୍ୟାସ ସିଲିଣ୍ଡର କିଣିପାରିବେ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ପ୍ରବାସୀ ଶ୍ରମିକ ଏବଂ ସହରରେ ସ୍ଥାୟୀ ଠିକଣା ନଥିବା ଲୋକଙ୍କ ପାଇଁ ନିଆଯାଇଛି। ନୂଆ ନିୟମ ଅନୁସାରେ, ୫ କେଜି ସିଲିଣ୍ଡର କିଣିବାକୁ ହେଲେ ଗ୍ରାହକଙ୍କୁ କୌଣସି ଅଧିକୃତ ବିତରକଙ୍କ ପାଖକୁ ଯାଇ କେବଳ ଫଟୋ ପରିଚୟପତ୍ର ଦେଖାଇ ୫ କେଜିଆ ସିଲିଣ୍ଡର କିଣିବାକୁ ପଡିବ।ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ୫ କିଲୋଗ୍ରାମର ଫ୍ରି ଟ୍ରେଡ୍ ଏଲପିଜି (FTL) ସିଲିଣ୍ଡର ପାଇଁ ଆଉ ଏକାଧିକ ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ। ଗ୍ରାହକମାନେ ସେମାନଙ୍କର ଆଧାର କାର୍ଡ, ପ୍ୟାନ୍ କାର୍ଡ ଏବଂ ଭୋଟର ପରିଚୟ ପତ୍ର ଭଳି ଡକ୍ୟୁମେଣ୍ଟ ଦେଖାଇ ସିଲିଣ୍ଡର ପାଇପାରିବେ। ଆପଣ ବର୍ଷରେ ଯେତେଥର ଇଚ୍ଛା ତାହାକୁ ରିଫିଲ୍ କରିପାରିବେ।