ମହଙ୍ଗା ହେବ ବିମାନ ଯାତ୍ରା: ବିମାନ ଇନ୍ଧନ ଏଟିଏଫ ୦.୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ବିମାନରେ ଇନ୍ଧନ ରୂପେ ବ୍ୟବହାର କରାଯାଉଥିବା ଏଟିଏଫ(Aviation Turbine Fuel)ର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ଶନିବାର ୦.୨ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ବର୍ଷ ଏହା ଏଟିଏସରର ମୂଲ୍ୟରେ ଅଷ୍ଟମ ବୃଦ୍ଧି । ତୈଳ କମ୍ପାନୀ ଗୁଡିକ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏଟିଏସର ମୂଲ୍ୟରେ ୨୭୭.୫ ଟଙ୍କା ପ୍ରତି କିଲୋମିଟର ଅର୍ଥାତ ୦.୨ ପ୍ରତିଶତ ବୃଦ୍ଧି ହୋଇଛି । ଏହି ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଏଟିଏଫ ମୂଲ୍ୟ ୧,୧୩,୨୦୨.୩୩ ଟଙ୍କା ପ୍ରତି କିଲୋଲିଟର ରହିଛି। ଏହାସହ ଏଟିଏଫର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।

ଏହାରି ଭିତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲଗାତାର ଦଶମ ଦିନ ଯାଏଁ ଅପରିବର୍ତ୍ତିତ ରହିଛି। ଏହା ପୂର୍ବରୁ ପ୍ରାୟ ୨ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦-୧୦ ଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରତି ମାସର ଆରମ୍ଭ ଏବଂ ୧୬ ତାରିଖରେ ବିମାନ ଇନ୍ଧନର ମୂଲ୍ୟରେ ସଂଶୋଧନ କରାଯାଇଥାଏ। ଅନ୍ୟପଟେ ତୈଳ କମ୍ପାନୀ ଗୁଡିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ ପାଇଁ ଅନୁମତି ଥାଏ।

ମାର୍ଚ୍ଚ ୧୬ ତାରିଖରେ ଏଟିଏଫ ମୂଲ୍ୟରେ ୧୮.୩ ପ୍ରତିଶତ ସହ ବଡ ମୂଲ୍ୟ ବୃଦ୍ଧି ହୋଇଥିଲା। ଏହାପରେ ଏପ୍ରିଲ ୧ରେ ମଧ୍ୟ ଏହାର ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି ହୋଇଥିଲା। ବର୍ତ୍ତମାନର ବୃଦ୍ଧି ପରେ ଏଟିଏଫର ମୂଲ୍ୟ ଏବେ ୧,୧୧,୯୮୧.୯୯ ଟଙ୍କା ପ୍ରତି କିଲୋଲିଟର ହୋଇଛି।

କୌଣସି ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚରେ ପ୍ରାୟ ୪୦ ପ୍ରତିଶତର ଅଂଶ ରଖୁଥିବା ଏଟିଏଫର ମୂଲ୍ୟରେ ଏହା ଅଷ୍ଟମ ବୃଦ୍ଧି । ଚଳିତ ବର୍ଷ ଏଟିଏଫର ମୂଲ୍ୟ ୩୯,୧୮୦.୪୨ ଟଙ୍କା ପ୍ରତି କିଲୋଲିଟର ବୃଦ୍ଧି ପାଇଛି ।

Related Posts