ସମସ୍ତ ନୂଆ କାରରେ ଏୟାରବ୍ୟାଗ୍ ବାଧ୍ୟତାମୂଳକ: କେନ୍ଦ୍ର ସଡ଼କ ପରିବହନ ବିଭାଗ

ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗୁଛି । ନୂଆ ନୁଆ ରେକର୍ଡ ସୃଷ୍ଟି କରୁଛି ମୃତ୍ୟୁ ସଂଖ୍ୟା । ତେବେ ବଢ଼ୁଥିବା ମୃତ୍ୟୁ ସଂଖ୍ୟା କୁ ନେଇ ସରକାରଂକ ପକ୍ଷରୁ ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ, ତାହା ଯେପରି ଫେଲ ମାରୁଚି ।

ତେବେ କେନ୍ଦ୍ରସରକାର ଭାରତରେ ବିକ୍ରି ହେଉଥିବା ସମସ୍ତ ନୂଆ କାରରେ ଏୟାରବ୍ୟାଗ୍ ବ୍ୟବସ୍ଥା ଲାଗୁ କରିବା ପାଇଁ କଡ଼ା ନିର୍ଦେଶ ଜାରୀ କରିଛନ୍ତି । ଅକ୍ଟୋବର ପହିଲାରୁ ଗାଡ଼ିରେ ଏୟାର ବ୍ୟାଗ୍ ବାଧ୍ୟତାମୂଳକ ହେବ । ଏଭଳି ନିୟମ କରିଛି କେନ୍ଦ୍ର ସଡ଼କ ପରିବହନ ବିଭାଗ । ୮ଜଣ ଯାତ୍ରୀ ଯାଇପାରୁଥିବା ଗାଡ଼ିରେ ଅତିକମରେ ୬ଟି ଏୟାର ବ୍ୟାଗ୍ ରଖିବା ଅନିର୍ବାଯ୍ୟ ।

ଭାରତରେ ପ୍ରତିବର୍ଷ ୫ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି । ଯେଉଁଥିରେ ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ଏମ୍ ଓ୍ବାନ୍ ସିରିଜ୍ ଗାଡ଼ିରେ ଦୁଇଟି ଫ୍ରଣ୍ଟ ସାଇଡ୍ ଏୟାର ବ୍ୟାଗ୍ ଓ ଦୁଇଟି କର୍ଡ଼େନ୍ ଏୟାରବ୍ୟାଗ୍ ଲାଗିବ । ତେବେ ଏୟାରବ୍ୟାଗ୍ ଲାଗିଥିବା ଗାଡ଼ିର ଦାମ୍ ମଧ୍ୟ ବଢ଼ିବ।

ସୂଚନାଯୋଗ୍ୟ, ଭାରତରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ଏଥିରେ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଥିଲେ । ଅନେକ ବ୍ୟକ୍ତି କାରରେ ସିଟ୍ ବେଲ୍ଟ ନଲାଇବା, ଏୟାର ବ୍ୟାଗ୍ ନଥିବାରୁ ପ୍ରାଣ ହରାଉଥିବା ମଧ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।

Related Posts