
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଏସପି ସଭାପତି ଅଖିଳେଶ ଯାଦବ । ଆଜି ଲକ୍ଷ୍ନ ଦ୍ଭକ୍ଟଙ୍ଗ ରେ ଆୟୋଜିତ ସମାଜବାଦୀ ପାର୍ଟି ବିଧାୟକଙ୍କ ବୈଠକରେ ସେ ସର୍ବସମ୍ମତି କ୍ରମେ ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେପଟେ ଉତ୍ତରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ହେଉଛି ସମାଜବାଦୀ ପାର୍ଟି। ୟୁପି ବିଧାନସଭା ନିର୍ବାଚନରେ ଏସପି ମିଳିତ ମଞ୍ଚ ୧୨୫ ଟି ସିଟ୍ ଜିତିଛି। ଏହି ୧୧୧ ଟି ଆସନରେ ଏସପି, ୮ ଟି ସିଟ୍ ଆରଏଲଡି ଏବଂ ୬ ଟି ଅନ୍ୟଦଳମାନେ ଜିତିଛନ୍ତି ।
ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଅଖିଳେଶ ବର୍ତ୍ତମାନ ଉତ୍ତରପ୍ରଦେଶ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୈନପୁରୀର କରହଲ ଆସନରୁ ଜିତିଥିବା ଅଖିଳେଶ ଯାଦବ ନିକଟରେ ଆଜମଗଡରୁ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏବଂ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ଘୋଷଣା କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।