ଇସ୍ରାଏଲ ସୈନ୍ୟଙ୍କ ଗୁଳି ମାଡ଼ରେ ଅଲ-ଜଜିରା ସାମ୍ବାଦିକା ସିରିନ ଅବୁ ଆକ୍ଲେହ ମୃତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ରାଏଲ ସୈନ୍ୟଙ୍କ ଗୁଳି ମାଡ଼ରେ ଅଲ-ଜଜିରା ସାମ୍ବାଦିକା ସିରିନ ଅବୁ ଆକ୍ଲେହ ମୃତ । ସେପଟେ ସାମ୍ବାଦିକଙ୍କ ମୃତ୍ୟୁ ପାଇଁ ଅଲ-ଜଜିରା ଇସ୍ରାଏଲ ସୈନ୍ୟବାହିନୀକୁ ଦାୟୀ କରିଛି। ପାଲେଷ୍ଟାଇନର ପ୍ରସିଦ୍ଧ ସାମ୍ବାଦିକ ଶିରିନ୍ ଆବୁ ଆକ୍ଲେହ ଆରବୀୟ ଭାଷା ଚ୍ୟାନେଲ ପାଇଁ ଜଣେ ଜଣାଶୁଣା ସାମ୍ବାଦିକ ଥିଲେ। ଏଥି ସହିତ ସାମ୍ବାଦିକଙ୍କ ମୃତ୍ୟୁ ପ୍ରସଙ୍ଗରେ ଇସ୍ରାଏଲ୍ ସେନା କହିଛି ଯେ ଏହାର ଅନୁସନ୍ଧାନ କରାଯାଉଛି। ତେବେ ପାଲେଷ୍ଟାଇନର ଜେନିନ ଶରଣାର୍ଥୀ କ୍ୟାମ୍ପରେ ସେ ରିପୋର୍ଟିଂ କରିବାକୁ ଯାଇଥିବାବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି ।

ଅନ୍ୟପଟେ ଜେନିନ କ୍ୟାମ୍ପରେ ଇସ୍ରାଏଲୀ ସୈନ୍ୟଙ୍କ ଚଢଉର ରିପୋର୍ଟିଂ କରିବାକୁ ୫୧ ବର୍ଷିୟା ସିରିନ୍ ଯାଇଥିଲେ । ରିପୋର୍ଟିଂ ସମୟରେ ସେ ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲେ ବି ତାଙ୍କ ମୁହଁରେ ଗୁଳି ବାଜିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା ବରଂ ତାଙ୍କୁ ଇସ୍ରାଏଲୀ ସୈନ୍ୟମାନେ ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଇସ୍ରାଏଲକୁ ଦାୟୀ କରନ୍ତୁ ବୋଲି ଅଲ-ଜଜିରା ପକ୍ଷରୁ ଜାରି ବୟାନରେ କୁହାଯାଇଛି । ସେଠାରେ ଥିବା ଆଉ ଜଣେ ସାମ୍ବାଦିକ ଅଲି ଅଲ-ସାମୋଦୀଙ୍କ ପିଠିରେ ଗୁଳି ବାଜିଥିବାରୁ ସେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏ ଖବର ସାମ୍ନାକୁ ଆସିବା ପରୋ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts