ଲାଲୁ ପରିବାର ଓ କହ୍ନେୟା କୁମାର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭୟ କରୁଛନ୍ତି: ପୂର୍ବତନ ସାଂସଦ ପପୁ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଛି । ସେପଟେ କଂଗ୍ରେସକୁ ଯିବାର କଳ୍ପନାଜଳ୍ପନାର ଅନ୍ତ ଘଟାଇବା ପରେ ପୁଣି ଥରେ ପ୍ରଶାନ୍ତ କିଶୋର ବିହାର ରାଜନୀତିରେ ସକ୍ରିୟ ହେବା ନେଇ ଏବଂ ଖୁବ୍ ଶୀଘ୍ର ନିଜର ରାଜନୈତିକ ଦଳ ଗଠନ କରିବା ନେଇ ଆଲୋଚନା ଜୋରଦାର ଚାଲିଛି । ଅନ୍ୟପଟେ ପ୍ରଶାନ୍ତ ରାଜନୀତିରେ ପ୍ରବେଶ କରିବାର ସଂକେତ ଉପରେ ପ୍ରତିକ୍ରିୟା ରଖି ସମସ୍ତ ରାଜନୈତିକ ଦଳ ତାଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପୂର୍ବତନ ସାଂସଦ ପପୁ ଯାଦବ ପ୍ରଶାନ୍ତ କିଶୋରଙ୍କ ଆଗମନକୁ ଏକ ଭଲ ସଙ୍କେତ ବୋଲି କହିଛନ୍ତି । ଏବଂ ଲାଲୁ ପରିବାର ଓ କହ୍ନେୟା କୁମାର ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭୟ କରୁଛନ୍ତି ବୋଲି ଦାବି କରିଛନ୍ତି। ତେବେ ଜନ ଅଧିକାର ପାର୍ଟି ସୁପ୍ରିମୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିହାର ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି।

ବିଜେପି-ଜେଡିୟୁ ଏବଂ ଆରଜେଡି ମଧ୍ୟରେ କଳହ ଲାଗି ରହିଛି। ସେ କହିଛନ୍ତି ଯେ ଆରଜେଡିରେ ଅନେକ ଦଳ ଗଠନ କରାଯାଇଛି । ତେଣୁ କ୍ଷମତା ପାଇଁ ପାରସ୍ପରିକ କଳହର କାରଣ ହୋଇଛି। ବିହାର ଅଧିକାରୀମାନେ ଲୁଟ୍ କରିବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି । ଏହା ସହ ମୁଁ ନିଜକୁ ଏକ ବର୍ଷ ଦେଇଛି, ପରବର୍ତ୍ତୀ ସମୟରେ କଣ କରିବି ଭାବିବା ପାଇଁ। ପରାମର୍ଶ ଏବଂ ବହୁ ବିଚାର ପରେ ମୁଁ ମୋ ରାଜ୍ୟ ବିହାରକୁ ଯିବାକୁ ଚେଷ୍ଟା କଲି ଜ୍ଝ ସେଠାକୁ ଯିବାକୁ ପଡିବ ଏବଂ ଜନସାଧାରଣଙ୍କ ସହ କଥାବାର୍ତ୍ତା ସ୍ଥାପନ କରିବା ପରେ ଆଗକୁ କଣ ହେବ ତାହା ସ୍ଥିର ହେବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts