ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କୋହଳ ହେଲା କଟକଣା; ହଟିଲା ୭ ଦିନିଆ କ୍ୱାରେଣ୍ଟାଇନ ନିୟମ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବିଦେଶୀ ଯାତ୍ରୀଙ୍କ ପାଇଁ କୋହଳ ହେଲା କଟକଣା । ଫେରନ୍ତାଙ୍କ ପାଇଁ ଆଉ ରହିବନି ଦୀର୍ଘଦିନର କ୍ୱାରେଣ୍ଟାଇନ୍ କଟକଣା । ଏହା ସହ ଅନ୍ୟ କିଛି କଟକଣା ମଧ୍ୟ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ ମୁତାବକ, ଏଣିକିି ବିଦେଶଫେରନ୍ତା ଆଉ କ୍ୱାରେଣ୍ଟାଇନରେ ନରହି ବରଂ ୧୪ ଦିନ ପାଇଁ ସ୍ୱତତ୍ତ୍ୱାବଧାନରେ ରହିବେ । ପୂର୍ବରୁ କରୋନା ଓ ଓମିକ୍ରନ୍ ପାଇଁ ଯେଉଁ ଦେଶ ଗୁଡିକୁ ‘ଆଟ୍ ରିସ୍କ’ ବୋଲି ଘୋଷଣା କରାଯାଇଥିଲା ତାହା ଆଉ ରହିବ ନାହିଁ । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କର ସାମ୍ପୁଲ ଟେଷ୍ଟ କରାଯିବ । ବିମାନରେ ଯାତ୍ରା କରିବା ପୁର୍ବରୁ ତାଙ୍କୁ ଏପରି କରିବାକୁ ପଡିବ ।

ଏହି ଟେଷ୍ଟ ରିପୋର୍ଟକୁ ଏୟାରପୋର୍ଟରେ ଦାଖଲ କରିବାକୁ ପଡିବ । ଏହାସହ ଟିକାର ସମସ୍ତ ଡୋଜ୍ ନେଇଥିବା ପ୍ରମାଣପତ୍ରକୁ ମଧ୍ୟ ଏୟାରପୋର୍ଟରେ ଦାଖଲ କରିବାକୁ ପଡିବ । ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ନେଗେଟିଭ କୋଭିଡ-୧୯ ଆର୍ଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ୁଥିଲା। ଆଂଶିକ ଟିକା ନେଇଥିବା ଯାତ୍ରୀମାନଙ୍କୁ ପହଞ୍ଚିବା ସ୍ଥାନରେ କରୋନା ଟେଷ୍ଟ ପାଇଁ ନମୁନା ଦାଖଲ କରିବାକୁ ପଡ଼ୁଥିଲା। ଏହାପରେ ସେମାନେ ବିମାନ ବନ୍ଦରରୁ ଯାଇ ସାତ ଦିନ ପାଇଁ ଘରେ କ୍ବାରାଣ୍ଟିନରେ ରହୁଥିଲେ।

Related Posts