ଆସନ୍ତାକାଲି ଓଡିଶା ଆସିବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ଆସନ୍ତା କାଲି ଓଡିଶା ଆସିବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ । ନିଜ ପ୍ରଚାର ପାଇଁ ଓଡିଶା ଆସିବେ ଖଡଗେ । ଏନେଇ ସୂଚନା ମିଳିଛି ।

ଦୀର୍ଘ 22 ବର୍ଷ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ନିର୍ବାଚନ ଚଳିତ ମାସରେ ହେଉଛି । ସଭାପତି ପଦ ପାଇଁ କଂଗ୍ରେସର ଦୁଇ ବରିଷ୍ଠ ନେତା ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ଶଶୀ ଥରୁର ନିର୍ବାଚନ ଲଢୁଛନ୍ତି । ନିଜ ନିଜ ସମର୍ଥନ ପାଇଁ ଉଭୟ ନେତା ସମସ୍ତ ରାଜ୍ୟ ଗସ୍ତ କରି ନିଜ ସପକ୍ଷରେ ପ୍ରଦେଶ କଂଗ୍ରେସ କମିଟିର ସମର୍ଥନ ଲୋଡୁଛନ୍ତି ।ଏହି ପରିପ୍ରେକ୍ଷିରେ ମଲ୍ଲିକାର୍ଜୁନ ଖଡଗେ ଆସନ୍ତା କାଲି ଓଡିଶା ଆସିବେ ।

ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ନେତାମାନଙ୍କୁ ସାକ୍ଷାତ କରି ନିଜ ସମର୍ଥନରେ ଭୋଟ ମାଗିବେ ।

Related Posts