ପାକିସ୍ତାନରେ ମହିଳା ଅସୁରକ୍ଷିତ: ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର : ରିପୋର୍ଟ

ଇସଲାମାବାଦ: ପାକିସ୍ତାନରେ ବଢ଼ୁଛି ମହିଳା ନିର୍ଯ୍ୟାତନା । ଏନେଇ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପାକିସ୍ତାନରେ ମହିଳା ଅସୁରକ୍ଷିତ ଥିବା ସହ ପ୍ରତ୍ୟେକ ଦୁଇ ଘଣ୍ଟାରେ ଜଣେ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ମହିଳାଙ୍କ ପାଇଁ ଅସୁରକ୍ଷିତ ଦେଶ ପାକିସ୍ତାନ ହୋଇଥିବାବେଳେ ହତ୍ୟା ମାମଲା ମଧ୍ୟ ପାକ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଉଥିବା ଜଣାପଡିଛି ।

ପାକିସ୍ତାନୀ ଚ୍ୟାନେଲ SAMAA TVର ଇଭେଷ୍ଟିକେସନ ୟୁନିଟ୍‌(SIU) ଦ୍ବାରା କରାଯାଇଥିବା ଏହି ସର୍ଭେରେ ପଞ୍ଜାବ ପ୍ରୋଭିଏନ୍ସର ହୋମ୍‌ ଡିପାର୍ଟମେଣ୍ଟ ଓ ହ୍ୟୁମାନ ରାଇଟ୍‌ସ ମନ୍ତ୍ରଣାଳୟର ତଥ୍ୟକୁ ଭିତ୍ତି କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ସର୍ଭେ ଅନୁଯାୟୀ, ମହିଳା ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବାବେଳେ ସଜା ହାର 0.02 ପ୍ରତିଶତରେ ସୀମିତ ରହିଛି ।ସର୍ଭେ ଅନୁଯାୟୀ, “ବର୍ଷ ୨୦୧୭ରୁ ୨୦୨୧ ମଧ୍ୟରେ ୨୧,୯୦୦ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଏହା ଅର୍ଥ ଦେଶରେ ୧୨ଜଣ ମହିଳା ପ୍ରତି ଘଣ୍ଟାରେ, ଅର୍ଥାତ ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ।” ସର୍ଭେ ତଥ୍ୟ ଅନୁଯାୟୀ, ବର୍ଷ ୨୦୧୭ରେ ୩,୩୨୭ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୮ରେ ଏହି ସଂଖ୍ୟା ୪,୪୫୬ ଓ ୨୦୧୯ରେ ୪,୫୭୩ ରହିଥିଲା । ୨୦୨୦ରେ ସଂଖ୍ୟା ୪,୪୭୮ରେ ପହଞ୍ଚିଥିଲା ଓ ୨୦୨୧ରେ ଏହି ସଂଖ୍ୟା ୫ ହଜାର ପାର୍‌ କରିବା ସହ ୫,୧୬୯ରେ ପହଞ୍ଚିଥିଲା । ୨୦୨୨ରେ ସାରା ଦେଶରେ ୩୦୫ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମଇ ମାସରେ ୫୭, ଜୁନ୍‌ରେ ୯୧, ଜୁଲାଇରେ ୮୬ ଓ ଅଗଷ୍ଟରେ ୭୧ ମାମଲା ରୁଜୁ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ପଞ୍ଜାବରେ ପ୍ରାୟ ୩୫୦ ଦୁଷ୍କର୍ମ ମାମଲା ମଇ ୨୦୨୨ରୁ ଅଗଷ୍ଟ ୨୦୨୨ ମଧ୍ୟ ଦାଏର ହୋଇଛି । ମାତ୍ର ପ୍ରଥମ ୪ ମାସର କୌଣସି ତଥ୍ୟ ନାହିଁ । ବର୍ଷ ୨୦୨୨ରେ ମହିଳାଙ୍କ ବିରୋଧରେ ୧୩୦୧ ଯୌନ ନିର୍ଯ୍ୟାତନା ମାମଲା ପାକିସ୍ତାନ କୋର୍ଟରେ ବିଚାର ହୋଇଛି । ପୋଲିସ ୨୮୫୬ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି । ମାତ୍ର ୪ ପ୍ରତିଶତ ମାମଲା ଟ୍ରାଏଲ ସମ୍ଭବ ହୋଇପାରିଛି । ରିପୋର୍ଟର ଉଲ୍ଲେଖ ରହିଛି ଯେ, ସଜା ହାର ମାତ୍ର ୦.୦୨ ପ୍ରତିଶତରେ ସୀମିତ ରହିଛି ।ବର୍ଷ ୨୦୨୦ରେ ସଂଯୁକ୍ତ ରାଷ୍ଟ୍ର ଡେଭଲପମେଣ୍ଟ ପ୍ରୋଗ୍ରାମ କୋର୍ଟରେ ମହିଳା-ବିରୋଧୀ ଏକପାଖିଆ ରାୟ ଆଧାରରେ ୭୫ଟି ଦେଶ ମଧ୍ୟରେ ପାକିସ୍ତାନକୁ ନମ୍ବର ୧ ରଖିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ୱାର୍ଲ୍ଡ ଇକୋନୋମିକ ଫୋରମର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଲିଙ୍ଗଗତ ସମାନତାରେ ପାକିସ୍ତାନ ଦ୍ବିତୀୟ ଖରାପ ଦେଶ । ୧୪୬ଟି ଦେଶକୁ ନଇ କରାଯାଇଥିବା ସର୍ଭେରେ ପାକିସ୍ତାନର ସ୍ଥାନ ଥିଲା ୧୪୫ । ଏହି ଦିଗରେ ପାକିସ୍ତାନ ଠାରୁ ଅଧିକ ପ୍ରଦର୍ଶନ ଖରାପ ଥିବା ଦେଶ ହେଉଛି ଆଫଗାନିସ୍ତାନ । ୧୦୭ ମିଲିଅନ ମହିଳା ଜନସଂଖ୍ୟା ବିଶିଷ୍ଟ ଦେଶ ପାକିସ୍ତାନ ୧୪୬ତମ ସ୍ଥାନରେ ରହିଥିଲା ଓ ୨୦୨୨ରେ ୫୬.୪ ପ୍ରତିଶତ ଲିଙ୍ଗଗତ ପାର୍ଥକ୍ୟ ରହିଥିଲା । WEF ରିପୋର୍ଟ ଲଞ୍ଚ୍‌ ହେବାପରେ ଏହା ପାକିସ୍ତାନର ସର୍ବାଧିକ ସମାନତା ।

ଦେଶରେ ଘଟୁଥିବା ଅନର କିଲିଂ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମିଳିତ ଜାତିସଂଘ ସମେତ ଅନ୍ତର୍ଜାତୀୟ ସଂସ୍ଥାଗୁଡିକ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ମାନବାଧିକାର କମିଶନଙ୍ ରିପୋର୍ଟ ଅନୁଯାୟୀ, ୧୯୫୭ ଅନର କିଲିଂ ଘଟଣା ଗତ ୪ ବର୍ଷ ମଧ୍ୟରେ ରିପୋର୍ଟ ହୋଇଛି । ଏହାମଧ୍ୟରେ ୧୫ରୁ ୬୪ ବର୍ଷ ମଧ୍ୟରେ ଥିବା ମହିଳା ଅଧିକ ଅନରକିଲିଂର ଶିକାର ହୋଇଛନ୍ତି ।

Related Posts