“ସବୁ ଜୁଳୁଜୁଳିଆ ପୋକ ମିଶି ସୂର୍ଯ୍ୟଙ୍କୁ ହଟାଇବାକୁ ବାହସ୍ଫୋଟ ମାରୁଛନ୍ତି”; ନୀତୀଶ, କେସିଆର, ତେଜସ୍ବୀଙ୍କୁ ବିଜେପିର କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ବିହାର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରରେ ନୀତୀଶ, ତେଜସ୍ବୀ, କେସିଆର ବୈଠକ କରିଥିଲେ। ଏହି ବୈଠକ ପରେ କେସିଆର କହିଥିଲେ ଯେ, ଆମେ ବିରୋଧୀଙ୍କୁ ଏକଜୁଟ କରି ବିଜେପିକୁ ଦେଶରୁ ହଟାଇଦେବୁ।ଏବେ ଏହା ଉପରେ କଟାକ୍ଷ କରି ବିଜେପି ବିରୋଧୀଙ୍କୁ ଜବାବ ଦେଇଛି। ନୀତୀଶ, କେସିଆର, ତେଜସ୍ବୀଙ୍କୁ ଜୁଳୁଜୁଳିଆ ପୋକ କହିଛି ବିଜେପି। ବିହାର ବିଜେପି ଏକ ଫଟୋ ସେୟାର କରିଛି ଯେଉଁଥିରେ କେସିଆର, ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ଏକାଠି ବସିଛନ୍ତି। ଏହି ଫଟୋ ଉପରେ ଥିବା କ୍ୟାପସନରେ ବିଜେପି ଲେଖିଛି ଯେ, ସବୁ ଜୁଳୁଜୁଳିଆ ପୋକ ଏକାଠି ହୋଇ ସୂର୍ଯ୍ୟଙ୍କୁ ହଟାଇବାକୁ ବାହସ୍ଫୋଟ ମାରୁଛନ୍ତି।

ତେବେ ଗତକାଲି କେସିଆର କହିଥିଲେ ଯେ, ୨୦୨୪ଲୋକସଭା ନିର୍ବାଚନରେ ​​ବିରୋଧୀଙ୍କୁ ଏକଜୁଟ କରିବା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ କଥା ହେଲି। ସେ ଏଥିରେ ରାଜି ଅଛନ୍ତି। ଆମକୁ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବା ଏବଂ ବିଜେପିକୁ ଦେଶ ବାହାରକୁ ପଠାଇବା ପାଇଁ ବିରୋଧୀଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ। ତେବେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ନୀତୀଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେଥିପାଇଁ ଆଜି ମୁଁ ତାଙ୍କୁ ଭେଟିଥିଲି। ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶର ପ୍ରତ୍ୟେକ ବ୍ୟକ୍ତି ବିଜେପି ସରକାରଙ୍କ ଉପରେ ଅସନ୍ତୁଷ୍ଟ। ବିଭିନ୍ନ ଟିକସ ନାମରେ ସରକାର ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବିଜେପି। ବିକାଶ ନାମରେ ସରକାର କେବଳ ଲୋକଙ୍କୁ ଠକୁଛନ୍ତି। ବିଜେପି ସରକାରଙ୍କ ଅଧୀନରେ ଦେଶର କୌଣସି କ୍ଷେତ୍ରର ବିକାଶ ହୋଇନାହିଁ। ଡଲାର ତୁଳନାରେ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଇଛି। ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଣି କିଣିବାକୁ ପଡ଼ୁଛଇ। କାହିଁକି ଆଜି ବି ଏହି ଅବସ୍ଥା ଜାରି ରହିଛି? ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ।

Related Posts