ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁ ଅଭିଯୋଗ: ୫ ଡାକ୍ତରଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ୫ ଜଣ ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା । କ‌ରୋନାର ଦ୍ବିତୀୟ ଲହର ବେଳେ ଜଣେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରିଥିବା ନେଇ ଅଭିଯୋଗ ହୋଇଛି । ମୃତବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ହୋଇଛି । ଅଭିଯୋଗ କରିଥିଲେ ଡାକ୍ତରମାନେ ସେମାନଙ୍କୁ ରେମଡେସଭିର ଇଞ୍ଜେକସନ କିଣି ଆଣିବାକୁ କହିଥିଲେ। ଏହାପରେ ସେମାନେ ଇଞ୍ଜେକନ ଆଣି ଡାକ୍ତରଖାନାରେ ଦେଇଥିଲେ ମଧ୍ୟ ତାଙ୍କୁ ଠିକ୍ ସମୟରେ ତାହା ଦିଆଯାଇ ନଥିଲା। ଫଳରେ ରୋଗୀର ମୃତ୍ୟୁ ହୋଇଥିଲା।

ଯଥାର୍ଥ ହସ୍ପିଟାଲର ଡାକ୍ତରମାନଙ୍କ ବିରୋଧରେ ନଏଡାର ଫେଜ୍‌-୨ ଥାନାରେ ଏଫଆଇଆର ଦିଆଯାଇଛି। ଆଇପିସିର ୩୦୪ଏ ଦଫା (ଅବହେଳା ପାଇଁ ମୃତ୍ୟୁ) ଲାଗିଛି। ଗୌତମ ବୁଦ୍ଧ ନଗରର ଡେପୁଟି ଚିଫ ମେଡିକାଲ ଅଫିସର ଡାକ୍ତର ଟିକମ ସିଂହଙ୍କ ଅଭିଯୋଗ ଆଧାରରେ ଏହି ଏତଲା ରୁଜୁ ହୋଇଛି। ଉପରୋକ୍ତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ ହୋଇଥିଲା। ଡାକ୍ତର ସିଂହ ତାହାର ନେତୃତ୍ବ ନେଇଥିଲେ। ତେବେ ଯଥାର୍ଥ ହସ୍ପିଟାଲର ଏମଡି କପିଳ ତ୍ୟାଗୀ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

Related Posts