ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ନୂଆ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ରେଜିଷ୍ଟର୍ କରିପାରିବେ ନୂଆ ହିତାଧିକାରୀ। ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ। ଏପ୍ରିଲରୁ ମେ’ ମାସ ମଧ୍ୟରେ ରେଜିଷ୍ଟ୍ରେସନ୍ ସୁଯୋଗ। ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୂରିବ। ଏହି ଅବସରରେ ସନ୍ଧ୍ୟା ସାଢ଼େ ୬ଟାରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ଏନେଇ ଆଜି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ମାସରେ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବ। ନୂଆ ହିତାଧିକାରୀ ନିଜ ନାଁ ରେଜିଷ୍ଟ୍ରେସନ୍ କରିପାରିବେ। ୨୧ ବର୍ଷ ହୋଇଥିବା ଯୁବତୀ ଏଥିପାଇଁ ଆବେଦନ କରିପାରିବେ। ଏପ୍ରିଲରୁ ମେ’ ମାସ ମଧ୍ୟରେ ରେଜିଷ୍ଟ୍ରେସନ୍ ସୁଯୋଗ। ସେହିପରି କାଲି ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବେ ସୁଭଦ୍ରା ହିତାଧିକାରୀ। ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ୟ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ, ଅଙ୍ଗନବାଡ଼ି ଅଫିସରେ ହେବ ରଙ୍ଗୋଲି କାର୍ୟ୍ୟକ୍ରମ। ୩୩୮ ସ୍ଥାନରେ ପ୍ରତିଯୋଗିତା ଓ ଉତ୍ସବ ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଠାରେ କହି ରଖୁଛୁ ଯେ ଗତ ୨୦୨୪ ସେପ୍ଟେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ଦୁଇ ବର୍ଷରେ ହିତାଧିକାରୀଙ୍କୁ ୨୫ ହଜାର ୮୦୦ କୋଟି ଟଙ୍କା ଦିଆଯାଇଛି। ୧ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ସୁଭଦ୍ରା। ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗପତି ହୋଇଛନ୍ତି।
