ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ; ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ୪ଟି ଠିକଣାରେ ଭିଜିଲାନ୍ସର ରେଡ୍

ଭୁବନେଶ୍ୱର,୧୭/୧୨(ସତ୍ୟପାଠ ବ୍ୟୁରୋ): ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତି ଆସିଷ୍ଟାଣ୍ଡ ଇଞ୍ଜିନିୟର ହେଉଛନ୍ତି ଦିଲୀପ କୁମାର ସାହୁ । ତାଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ସୂଚନା ଅନୁସାରେ, ବ୍ରହ୍ମପୁର, ଦିଗପହଣ୍ଡି, ଆର୍.ଉଦୟଗିରିର ୪ଟି ସ୍ଥାନରେ ଚଢାଉ ହୋଇଛି ।ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ଦିଗପହଣ୍ଡି ସ୍ଥିତ ଅଫିସ, ଗଜପତି ଜିଲ୍ଲା ଆର୍.ଉଦୟଗିରି ଛେଳିଗଡାରେ ଥିବା ସରକାରୀ କ୍ୱାର୍ଟର, ବ୍ରହ୍ମପୁର ଗୋପବନ୍ଧୁନଗର ସ୍ଥିତ ଫ୍ଲାଟ୍, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା ଘରେ ଚାଲିଛି ଚଢାଉ ।

ବ୍ରହ୍ମପୁର ସ୍ୱତନ୍ତ୍ର ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ ହୋଇଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଇନସ୍ପେକ୍ଟର, ୨ ଜଣ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Related Posts