ଅର୍ଚ୍ଚନା ନାଗ ମାମଲା; ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା

ଭୁବନେଶ୍ୱର,୧୭/୧୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ହାଜର ହେବା ପାଇଁ ନୋଟିସ କରିଥିଲା ଇଡି ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଆର୍ଥିକ କାରବାରର ତନାଘନା କରୁଛି ଇଡି । ଏହିକ୍ରମରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ହାଇକୋର୍ଟର ଅର୍ଚ୍ଚନା ଆଗୁଆ ଜାମିନ୍‌ ଆବେଦନ କରିଥିଲେ । ହେଲେ ମାନ୍ୟବର କୋର୍ଟ ମାମଲାର ଶୁଣାଣି କରି ଅର୍ଚ୍ଚନାଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରିଥିଲେ । ଏହାସହିତ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ହାଇକୋର୍ଟ ।

ଶେଷରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ଗିରଫ କରିବା ସହିତ ରିମାଣ୍ଡରେ ଆଣିଛି ଇଡି। ଏହାସହିତ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯାଇଛି। ତେବେ ସ୍ବାମୀ ସ୍ତ୍ରୀ ଦୁହେଁ ଇଡି ରିମାଣ୍ଡରେ ଥିବା ବେଳେ ଶ୍ରଦ୍ଧାଞ୍ଜଳି ହଜାର ହୋଇଛନ୍ତି ତେଣୁ ୩ଜଣଙ୍କୁ ଏକସଙ୍ଗେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ ବୋଲି ଚର୍ଚ୍ଚା ହେଉଛି ।

Related Posts