ଅନୁଭବ-ବର୍ଷା ଛାଡପତ୍ରକୁ ମଞ୍ଜୁରୀ; ୧୦ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶେଷରେ ଓଲିଉଡର ‌ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଛି ଛାଡ଼ପତ୍ର। ଏନେଇ ସୋସିଆଲ ମିଡ଼ିଆ ‘ଏକ୍ସ’ ଯୋଗେ ନିଜ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ଦେଇଛନ୍ତି ନିଜେ ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି।

ଏ ସମ୍ପର୍କରେ ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଉଛି। ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି। ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ ଲେଖିଛନ୍ତି। ତେବେ ନିଜ ଦଶମ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Related Posts