ମସୁଦ ଅଜହରକୁ କଳାତାଲିକାଭୁକ୍ତ କରିବାକୁ ମିଳିତ ଜାତିସଂଘରେ ପ୍ରସ୍ତାବ

ଭାରତ ସମର୍ଥନରେ ଆସିଲେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ

ଉଗ୍ରରୂପ ନେଉଛି ଭାରତ ପାକିସ୍ତାନ ମଧ୍ୟରେ ବିବାଦ । ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନା ମୁଖ୍ୟଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ଆତଙ୍କବାଦୀ ଜୈସ -ଏ- ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ । ଏନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଦିଆଯାଇଛି ।

ମସୁଦର ବିଦେଶଗସ୍ତ ଓ ଅସ୍ତ୍ରଶସ୍ତ୍ର ବ୍ୟାନ ସହ ସମ୍ପତ୍ତି ଜବତ ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଏହି ପ୍ରସ୍ତାବରେ ପୁଲଓ୍ବାମା ପ୍ରସଙ୍ଗକୁ ବି ସ୍ଥାନ ଦିଆଯାଇଛି । ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ସମର୍ଥନ ଜଣାଇଛି ଆମେରିକା । ଏଥିସହ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇକୁ ଜୋରଦାର କରିବାକୁ କହିଛି ଆମେରିକା । ସେହିପରି ଆତଙ୍କବାଦୀ ଜୈସ-ଏ-ମହମ୍ମଦ ସହ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଆମେରିକା ।

ଏଥିସହ ସୀମାରେ ଉଭୟ ଭାରତ ଓ ପାକିସ୍ତାନ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଫ୍ରାନ୍ସ ପରାମର୍ଶ ଦେଇଛି । ସେପଟେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ପମ୍ପିଓ ଓ ୟୁନାଇଟେଡ କିଙ୍ଗଡମର NSAଙ୍କ ସହ ଆତଙ୍କବାଦ ନିରୋଧ ସମ୍ପର୍କରେ କଥା ହୋଇଛନ୍ତି NSA ଅଜିଡ ଡୋଭାଲ । ଆତଙ୍କବାଦ ବିରୋଧରେ ପାକିସ୍ତାନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚାପ ପକାଯିବ ବୋଲି ପମ୍ପିଓ କହିଥିବା ବେଳେ ଭାରତକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ୟୁ.କେ NSA ।

Related Posts