ଧରାପଡ଼ିଲା ପାକିସ୍ତାନର ମିଛ, ମିଳିଲା F16 ଫାଇଟର ଧ୍ବଂସାବଶେଷ

ପୁଣି ପଦାରେ ପଡିଲା ପାକିସ୍ତାନର ମିଛ । ପାକ୍‌ ଅଧୀକୃତ କାଶ୍ମୀରରେ ପାକିସ୍ତାନର F16 ଯୁଦ୍ଧ ବିମାନର ମିଳିଛି ଧ୍ବଂସାବଶେଷ । F16 ସେହି ବିମାନ ଯାହାକୁ ବୁଧବାର ଭାରତୀୟ ବାୟୁସେନା ପକ୍ଷରୁୱ ଖସାଯାଇଥିଲା । କିନ୍ତୁ ପାକିସ୍ତାନ ବାରମ୍ବାର ଭାରତର ଏହି ଦାବିକୁ ଖଣ୍ଡନ କରିଆସୁଥିଲା ।

ଭାରତୀୟ ବାୟୁସେନା ଦ୍ବାରା ପାକିସ୍ତାନର କୌଣସି ବିମାନ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି କହିଥିଲା ପାକିସ୍ତାନ ସରକାର । କିନ୍ତୁ ଏବେ ଧରାପଡିଛି ପାକିସ୍ତାନର ମିଛ । ଏହି ବିମାନ ରାଜୌରି ସୀମା ଭିତରେ ବୁଧବାର ଅନୁପ୍ରବେଶ କରିଥିଲା । ଯାହାକୁ ଭାରତୀୟ ବାୟୁସେନା ନଷ୍ଟ କରିଦେଇଥିଲେ । ପାକିସ୍ତାନର F16 ବିମାନର ଧ୍ବଂସାବଶେଷ ପାକ୍‌ ଅଧୀକୃତ କାଶ୍ମୀରରେ ମିଳିଛି । ଏହାରା ଫଟୋ ଜାରି ହୋଇଛି ।

ବିମାନର ଧ୍ବଂସାବଶେଷ ପାଖରେ ପାକିସ୍ତାନୀ ସେନା ଛିଡ଼ା ହୋଇଥିବା ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଆଉ ଏହି ଫଟୋ ବୁଧବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ଏହା ମିଗ୍‌ ଯୁଦ୍ଧ ବିମାନର ଧ୍ବଂସାବଶେଷ ବୋଲି କୁହାଯାଉଥିଲା । ପରେ ଭାରତୀୟ ବାୟୁସେନାର ସୁତ୍ରରୁ ଏହି ଫଟୋ F16 ବିମାନର ବୋଲି ଜଣାପଡ଼ିଛି ।

Related Posts