ଆଜିଠାରୁ ଅମିତ ଶାହାଙ୍କ ୨ଦିନିଆ ବିହାର ଗସ୍ତ, ଶାହାଙ୍କ ରାଲିକୁ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ କଲା ଭାଜପା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରୁଛନ୍ତି । ଆଜି ଠାରୁ ୨ଦିନିଆ ବିହାର ଗସ୍ତରେ ଯାଉଛନ୍ତି ଅମିତ ଶାହା। ଆଜି ସେଠେରେ ସେ ପୂର୍ଣ୍ଣିୟାରେ ହେବାକୁ ଥିବା ଏକ ରାଲିକୁ ସମ୍ବାଧନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାଲିରେ ଯୋଗ ଦେବାକୁ ଜେଡିୟୁ କର୍ମୀଙ୍କୁ ଭାଜପା ନିମନ୍ତ୍ରଣ କରିଛି ।ଭାଜପାର ଏହି ଚାଲ୍ ନୀତୀଶଙ୍କ ଗଡରେ ହଲଚଲ ସୃଷ୍ଟି କରିଛି । ଏହାକୁ ନେଇ ଭାଜପା ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲ କହିଛନ୍ତି ଯେ, ଜେଡିୟୁର ସମସ୍ତ ନେତା ଓ କର୍ମୀଙ୍କୁ ଆମର ନିମନ୍ତ୍ରଣ ରହିଛି ସେମାନେ ସମସ୍ତେ ରାଲିକୁ ନିଶ୍ଚିତ ଆସନ୍ତୁ ।

ସଞ୍ଜୟ ଜୟଶୱାଲ କହିଛନ୍ତି ଯେ, ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସହ ମେଣ୍ଟ କରିବା ପରେ ଜେଡିୟୁ କର୍ମୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛନ୍ତି। ଆମେ ଏହି କର୍ମୀଙ୍କ ସହ ଦଶକ ଦଶକ ଧରି କାନ୍ଧରେ କାନ୍ଧ ମିଶାଇ କାମ କରିଛୁ । ସେଥିପାଇଁ ସେମାନଙ୍କ କଷ୍ଟ ଆମଠାରୁ ଅଧିକ କେହି ବୁଛି ପାରିବେ ନାହିଁ । ଯଦି ଜେଡିୟୁ କର୍ମୀ ରାଲିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ପୂର୍ବପରି ସମ୍ମାନ ମିଳିବ ।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ବିହାର ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିବେ । ଶୁକ୍ରବାର ପୂର୍ଣ୍ଣିୟାରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିବା ପରେ କିଶନଗଞ୍ଜରେ ଭାଜପାର କୋର କମିଟି ବୈଠକରେ ଭାଗ ନେବେ । ଏହାପରେ ଭାରତ-ନେପାଳ ସୀମାରେ ଏସଏସବି ଅଧିକାରୀଙ୍କ ସହ ବୈଠକ କରିବେ । ବିହାରରୁ ଶାସନ କ୍ଷମତା ହରାଇବା ପରେ ଭାଜପାର ଏହା ସବୁଠାରୁ ବଡ କାର୍ଯ୍ୟକ୍ରମ । ଏହି ରାଲି ମାଧ୍ୟମରେ ଭାଜପା ପୁଣିଥରେ ବିହାରବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିବ ।

Related Posts