
ପଞ୍ଜାବର ଅମୃତସରରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଏବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିଏସଏଫ ମେସରେ ଗୁଳିକାଣ୍ଡ ଘଟିଛି । ସେ ପୁଣି ଜଣେ ଯବାନ ଆଉ ଯବାନଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି । ଫଳରେ ଏହି ଅଘଟଣରେ ୫ ଜଣ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ଘଟଣା ପରେ ମେସରେ ଆତଙ୍କ ଖେଳିଯାଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଘଟଣା ବାବଦରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡ କରିଥିବା ବିଏସଏଫ ଯବାନଙ୍କ ନାମ କଟାପ୍ପା ବୋଲି ଜଣା ପଡିଛି । ତେବେ କେଉଁ କାରଣରୁ ସେ ଗୁଳିମାଡ କରିଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।ଘଟଣାକୁ ନେଇ ବିଏସଏଫ ଅଧିକାରୀ କହିଛନ୍ତି ଯେ, ଘଟଣା ଦୁର୍ଭାଗ୍ୟଜନକ । ଏଥିରେ ୬ ଯବାନ ଆହତ ହୋଇଛନ୍ତି । ଏହାସହ ୫ ଜଣ ପ୍ରାଣ ହରାଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଂକା ପ୍ରକାଶ ପାଇଛି ।