କୃଷକ ହୋଇ ସାର କିଣିବାକୁ ଗଲେ ଆଇଏଏସ୍ ଅଧିକାରୀ, ଏଭଳି ଧରାପଡିଲେ ଠକ ଦୋକାନୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଠକ ସାର ଦୋକାନୀଙ୍କୁ ବେଶ ବଦଳାଇ ଧରିଲେ ସବ୍ କଲେକ୍ଟର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ। ଘଟଣା ହେଉଛି ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର। ସାର ଦୋକାନୀମାନେ ଚାଷୀ ମାନଙ୍କୁ ଠକୁଥିବା ଖବର ପାଇ କାଇକାଲୁରୁ ଓ ମୁଡିନେପଲ୍ଲୀ ବ୍ଲଡ ସାର ଦୋକାନକୁ ବେଶ ବଦଳାଇ ସାର କିଣିବାକୁ ଯାଇଥିଲେ ବିଜୟଓ୍ବାଡାର ଉପ-ଜିଲ୍ଲାପାଳ ଜି ସୂର୍ଯ୍ୟା ପରବିନ୍ ଚନ୍ଦ ।


ବହୁ ଦୋକାନୀମାନେ Diammonium phosphate (DAP) ଓ ୟୁରିଆ ଏମଆରପି (MRP) ଠାରୁ ଅଧିକ ଦାମ୍‌ରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଦୋକାନୀ ବିଲ୍ ମଧ୍ୟ ଦେଉନଥିବା ଅଭିଯୋଗ ମଧ୍ୟ ଆସିଥିଲା । ଦୋକାନୀ ସାରର ଗୋଦାମ ଭରିକି ରଖିଥିଲେ। ସେ ଜମାଖୋରି ମଧ୍ୟ କରୁଥିଲେ। ଉପଜିଲ୍ଲାପାଳ ଧରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। @sushilrTOI ଏହି ଫଟୋ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ, ଯେଉଁ ବ୍ୟକ୍ତି ସାର ନେଉଥିବାର ଦେଖାଯାଉଛନ୍ତି, ସେ ହେଉଛନ୍ତି ଆଇଏଏସ୍ ଅଧିକାରୀ ପରବୀନ ଚନ୍ଦ।

ଅଞ୍ଚଳର ଜଣେ ଦୋକାନୀ ତାଙ୍କୁ କୃଷକ ଭାବି ଠକେଇକୁ ନେଇ ଅଭିଯୋଗ କରିଥିଲେ। ଏହାପରେ ସେ ନିଜେ ଏହାର ଯାଞ୍ଚ କରିବା ପାଇଁ ରୂପ ବଦଳାଇ ଯାଇଥିଲେ। ସେ ଯେଉଁ ଦୁଇ ଦୋକାନୀଙ୍କୁ ଧରିଥିଲେ ତାଙ୍କର ଦୁଇଟି ଦୋକାନକୁ ସିଜ୍ କରିଦେଇଥିଲେ। ଯେଉଁ ୟୁରିୟା ୨୬୬ ଟଙ୍କା ୫୦ ପଇସା ଥିଲା ତାକୁ ଦୋକାନୀ ୨୮୦ ଟଙ୍କାରେ ବିକ୍ରି କରୁଥିଲେ। କେବଳ ସେତିକି ନୁହେଁ ସେ ଗ୍ରାହକଙ୍କ ଆଧାର ଡିଟେଲ୍ସ ମଧ୍ୟ ନେଉନଥିଲେ।

Related Posts