
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୦୭୦ ଜଣକୁ ବୃଦ୍ଧି ପାଇଥିବା ବେଳେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
୨୯ଟି ଜିଲ୍ଲାରୁ ଚିହ୍ନଟ ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୯୯, କଟକରୁ ୧୭୭, ଜଗତସିଂହପୁରରୁ ୮୮,ପୁରୀରୁ ୬୯, ନୟାଗଡ଼ାରୁ ୫୬, ଅନୁଗୁଳରୁ ୫୩, ଯାଜପୁରରୁ ୫୦, ବାଲେଶ୍ବରରୁ ୪୯,ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡ଼ାରୁ ୩୨, ଢ଼େଙ୍କାନାଳରୁ ୨୯,କେନ୍ଦୁଝରରୁ ୧୫,ସୁନ୍ଦରଗଡ଼ରୁ୧୪, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୧୦, ବରଗଡ଼ରୁ ୯, ବଲାଙ୍ଗୀରରୁ ୬,କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ୫ ଲେଖାଏଁ , ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଲେଖାଏଁ, ଗଜପତି ଓ ମାଲକାନଗିରି ଜିଲ୍ଳାରୁ ୩ ଲେଖାଏଁ , ଗଞ୍ଜାମ, କଳାହାଣ୍ଡି ,ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୨ ଲେଖାଏଁ , ଦେବଗଡ଼ରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ୬୯ କୋଭିଡ୍ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪ ଓ ଦେବଗଡ଼ରୁ ଜଣେ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୧୩, ବରଗଡ଼ରେ ୨୯୮, କଟକରେ ୪୨୮, ଦେବଗଡ଼ରେ ୪୦, ଝାରସୁଗୁଡ଼ାରେ ୧୬୫, କେନ୍ଦୁଝରରେ ୧୪୩, ସମ୍ବଲପୁରରେ ୧୮୬ ଓ ସୁନ୍ଦରଗଡ଼ରେ ୫୫୭କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୧୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୮୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୬୪୩୫ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି। ଏବେ ସୁଦ୍ଧା ରାଜ୍ୟରେ ୧୬୫୬୦୮୪୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।