
ଶ୍ରୀନଗର: ଦେଶ ମାଟି ପାଇଁ ସହିଦ ହୋଇଗଲେ ଜଣେ ଯବାନ । ଭାରତ -ପାକ ଅନ୍ତର୍ଜାତୀୟ ସୀମା ନିୟନ୍ତ୍ରଣ ରେଖା (LOC) ପାକିସ୍ତାନ ପଟୁ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମକୁ ରୋକିବା ବେଳେ ଏହି ଘଟଣା ଘଟିଛି । ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ନାମ ଯଶବୀର ସିଂ ।
ଗାରଙ୍ଗନାର ନିକଟବର୍ତ୍ତୀ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କୀଙ୍କୁ ରୋକିବା ପାଇଁ ଜାରି ରହିଥିବା ଅଭିଯାନରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ ଯବାନ ଯଶବୀର । ତାଙ୍କ ଦେହରେ ଏକାଧିକ ଗୁଳି ଲାଗିଥିଲା ।
ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସେନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।