ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ତଦନ୍ତ ଚାଲିଛି; ସିସିଟିଭିରୁ ତଥ୍ୟ ମିଳିଛି: ମୁଖ୍ୟଶାସନ ସଚିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାକୁ ନେଇ ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଜିପି ସୁନୀଲ ବଂଶଲ । ତେବେ ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ ତଦନ୍ତ କରୁଛି, ସିସିଟିଭିରୁ ତଥ୍ୟ ମିଳିଛି ବୋଲି ମୁଖ୍ୟ ସାଶନ ସଚିବ କହିଛନ୍ତି। ତେବେ ଭବିଷ୍ୟତରେ ଏଭଳି ଯେପରି ନଘଟେ, ସେନେଇ ପଦକ୍ଷେପ ନିଆଯିବ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts