ବଢ଼ୁଥିବା ତେଲ ଦରକୁ ନେଇ ଉବେର ବଢ଼ାଇଲା ଭଡ଼ା: ୧୫ ପ୍ରତିଶତ ଭଡ଼ା ବୃଦ୍ଧି

ମୁମ୍ବାଇ: ଦେଶରେ ଏବେ ଲଗାତାର ଭାବେ ତୈଳ ଦର ବୃଦ୍ଧି ପାଉଛି। ଫଳରେ ବଢ଼ୁଥିବା ତେଲ ଦର କୁ ନେଇ ଆଉ ସବୁକିଛି ବଢ଼ି ଚାଲିଛି। କାରଣ ପରିବହନ ସେବା ଉପରେ ସବୁ କିଛି ନିର୍ଭର କରୁଥିବାରୁ ଗାଡ଼ି ଭଡ଼ା ବଢ଼ୁଛି। ଆଉ ଭଡ଼ା ବଢ଼ିବା ପରେ ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବଢ଼ି ଚାଲିଛି। ଫଳରେ ବଜାର ମହଙ୍ଗା ହେଉଛି ଓ ଲୋକଙ୍କ ପକେଟ ଖାଲି ହେଉଛି।

ଏପଟେ ଆପ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ରେ ଟ୍ୟାକ୍ସି ସେବା ଯୋଗାଉଥିବା ଉବେର ମଧ୍ୟ ତାର ଭଡ଼ା ବଢ଼ାଇଛି। ମୁମ୍ବାଇ ସହର ପାଇଁ ଏକାଥରକେ ୧୫ ପ୍ରତିଶତ ଭଡ଼ା ବଢ଼ାଇଛି ଉବେର। ଏନେଇ ଉବେର ଇଣ୍ଡିଆ ଓ ଦକ୍ଷିଣ ଏସିଆର କମ୍ପାନୀ କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ ନୀତିଶ ଭୂଷଣ ସୂଚନା ଦେଇଛନ୍ତି। ମୁମ୍ବାଇରେ ଉବେର ଯାତ୍ରୀ ଭଡ଼ା ୧୫ ପ୍ରତିଶତ ବଢ଼ାଇଛି ବୋଲି ନୀତିଶ ସୁଚନା ଦେଇଛନ୍ତି।

ତୈଳ ଦର ବୃଦ୍ଧି ଯୋଗୁ ଡ୍ରାଇଭରମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ସେମାନଙ୍କୁ ସହଯୋଗ କରିବାକୁ ଭଡ଼ା ବଢ଼ାଇଛୁ ବୋଲି କମ୍ପାନୀ କହିଛି। ତେବେ ଭଡ଼ା ବଢ଼ାଇବା ପୂର୍ବରୁ ଏନେଇ ପ୍ରଥମେ ଡ୍ରାଇଭରମାନଙ୍କ ସହିତ ଆଲୋଚନା କରାଯାଇଥିଲା। ସେମାନଙ୍କ ଠାରୁ ପ୍ରତିକ୍ରିୟା ପାଇବା ପରେ କମ୍ପାନୀ ଉବେରେ ସେବା ପାଇଁ ଭଢ଼ା ବୃଦ୍ଧି କରାଯାଇଛି ବୋଲି କମ୍ପାନୀ ସୂଚନା ଦେଇଛି।

Related Posts