ଜାନୁୟାରୀରୁ ହୀରାକୁଦ ଜଳଭଣ୍ଡାରରେ ହେବ ଅଣ୍ଡରଓ୍ବାଟର ସର୍ଭେ

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ଜାନୁୟାରୀ ମାସରୁ ହୀରାକୁଦ ଜଳଭଣ୍ଡାରରେ ହେବ ଅଣ୍ଡରଓ୍ବାଟର ସର୍ଭେ । ଏନେଇ ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ । ବର୍ତ୍ତମାନ ମହାନଦୀ ଉପରମୁଣ୍ଡରୁ ଜଳପ୍ରବେଶ ଶୂନ ରହିଥିବା ସୂଚନା ମିଳିଛି । ତେବେ ଅଣ୍ଡର ଓ୍ବାଟର ସର୍ଭେ କରି ବନ୍ଧର ଫାଟ ଖୋଜି ବିଶେଷଜ୍ଞ ମରାମତି କରିବେ ବୋଲି ଜଣାପଡିଛି। ସିଏସଏମଆରଏସକୁ ବନ୍ଧ କର୍ତ୍ତୃପକ୍ଷ ଫାଟ ଅନୁଧ୍ୟାନ ସହ ମରାମତି ପାଇଁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ, ୯୦ ଦଶକରେ ଦେଖାଯାଇଥିବା ଫାଟର ମରାମତି କରି ମିଟିନ ପିଛା ୧୩୦୦ ଲିଟର ଲିକେଜ୍ ପାଣିକୁ ହ୍ରାସ କରି ୧୩୦ ଲିଟରରେ ସୀମିତ ରଖାଯାଇଥିଲା । ସେହିପରି ୨୦୧୫-୧୬ରେ ଅଣ୍ଡରଓ୍ବାର ସର୍ଭେ କରାଯାଇ ଆବିଷ୍କାର ଫାଟକୁ ୨୦୧୮ରେ ମରାମତି କରାଯାଇ ୭୦ ଲିଟର ଲିକେଜରେ ସୀମିତ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ଶୂନ ଲିକେଜରେ ରଖାଯିବା ପାଇଁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି।

Related Posts