ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ଗଭୀର ଜଳକୁ ଡେଇଁ ପଡ଼ିଲେ ଶିକ୍ଷକ। ପିଲାଟିର ଜୀବନ ବଞ୍ଚିଗଲା ସତ କିନ୍ତୁ ପାଣିରେ ବୁଡି ଶିକ୍ଷକଙ୍କ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଅଭାବନିୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ପଠାରେ ।
ମୃତ ଶିକ୍ଷକ ଜଣଙ୍କ ହେଲେ ସରୋଜ ଦାସ। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ସରୋଜ ଓ ଅନ୍ୟ ଶିକ୍ଷକମାନେ ପିକ୍ନିକ୍ କରିବା ପାଇଁ କଣ୍ଟିଲୋ ଆସିଥିଲେ। ସେଠାରେ କିଛି ପିଲା ମହାନଦୀର ଶ୍ମଶାନ ତୁଠରେ ଗାଧୋଉ ଥିଲେ। ଏହି ସମୟରେ ଜଣେ ଛାତ୍ର ଗଭୀର ଜଳକୁ ଚାଲି ଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ଶିକ୍ଷକ ସରୋଜ ଦାସ କାଳବିଳମ୍ବ ନ କରି ପାଣି ଭିତରକୁ ଚାଲି ଯାଇଥିଲେ। ତେବେ ସେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିବା ବେଳେ ସରୋଜଙ୍କୁ ଉଦ୍ଧାର କରାଯାଇପାରି ନଥିଲା। କିଛି ସମୟ ଖୋଜାଖୋଜି କରିବା ସରୋଜ ମିଳିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
