ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । ଭୁବନେଶ୍ୱର ଜେଏମଏଫସି-୨ କୋର୍ଟରେ ଦାଖଲ ହେଲା ହେଲା ଫାଇନାଲ ରିପୋର୍ଟ। ଆଜି ୨୦୫ ପୃଷ୍ଠାର ଫାଇନାଲ ରିପୋର୍ଟ ଦାଖଲ କରିଛି କମିଶନରେଟ ପୋଲିସ । ତେବେ ରିପୋର୍ଟରେ ଅଲିମ୍ପିଆନ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଇଛି ପୋଲିସ।
ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଏହି ରିପୋର୍ଟରେ କହିଛି କମିଶନରେଟ ପୋଲିସ। ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆଧାରରେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ପୋଲିସ ଦର୍ଶାଇଥିବା ବେଳେ ମାମଲାରେ ଆନନ୍ଦଙ୍କୁ କ୍ଲିନଚିଟ୍ ମିଳିଛି ।
ସୂଚନାଯୋଗ୍ୟ ଯେ, ୨୦୨୨ ଫେବୃଆରୀ ମାସରେ ଇନ୍ଫୋସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମହତ୍ୟା କରିଥିଲେ । ହେଲେ ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ପ୍ରେମିକା ମଞ୍ଜିତ ଟପୋଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ସେହି ସମୟରେ ଇନ୍ଫୋସିଟି ଥାନା ପୋଲିସ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଶେଷ କରିଥିଲା। ହେଲେ ହାଇକୋର୍ଟଙ୍କ ନିର୍ଦେଶ ପରେ ଭୁବନେଶ୍ୱର DCP ପୁଣି ଘଟଣାର ତଦନ୍ତ କରିଥିଲେ।
:
–
