ପୁଣି ଆଖି ବୁଜିଲା ଆଉ ଏକ ଦନ୍ତା: ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତା ହାତୀର ମୃତ୍ୟୁ

କାମାକ୍ଷାନଗର : ରାଜ୍ୟରେ ଏବେ ଚାଲିଛି ହାତୀ ମଡକ । ଲୋପ ପାଇବାକୁ ବସିଛି ହାତୀ ବଂଶ । ଦୈନିକି ଦୈନିକ ଗୋଟିଏ ଲେଖାଏଁ ହାତୀ ମୃତ୍ୟୁ ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି । ଏବେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା ।

ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ଏହି ଦନ୍ତାର ମୃତ୍ୟୁ ବିଦ୍ୟୁତ ତାର ଲାଗି ହୋଇଥିବା ସନ୍ଦେହ । ମୃତ ହାତୀର ବୟସ ୫୦ ବର୍ଷ ହେବ ବୋଲି ଅନୁମାନ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ଗତ କିଛି ଦିନ ତଳେ ସମ୍ୱଲପୁରରେ କୀଟନାଶକ ଖାଇ ଦୁଇ ହାତୀଙ୍କ ଜୀବନ ଯାଇଥିଲା । ତେବେ ପ୍ରକୃତରେ ହାତୀଙ୍କ ମୃତ୍ୟୁ ହେଉଛି ନାଁ ତାଙ୍କୁ ମାରିଦିଆଯାଉଛି ତା ଏବେ ବଡ ପ୍ରଶ୍ନ ।

Related Posts