ପାଣି ପିଇବା ପାଇଁ ଆସି ପୋଖରୀରେ ଫସିଲା ଜଙ୍ଗଲି ହାତୀ

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ଏହାରି ମଧ୍ୟରେ ପାଣି ପିଇବାକୁ ଆସି ଗୋଟେ ଜଙ୍ଗଲିହାତୀ ପୋଖରୀରେ ଫସି ଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଫସଲ ନଷ୍ଟ କରିବା ସହ ଘର ଦ୍ବାର ଭାଙ୍ଗି ଦେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ହାତୀପଲ ବିଶ୍ବନାଥପୁର ରେଞ୍ଜ ଅଧିନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାକୁ ଆସିଥିବାବେଳେ ଗୋଟିଏ ହାତୀ ଗାଁରେ ଥିବା ଏକ ପୋଖରୀରେ ଫସି ରହିଛି । ଗାଁ ଲୋକେ ପୋଖରୀ ଭିତରେ ହାତୀ ଫସିଥିବା ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଜଣାଇବାପରେ ଟିମ୍ ହାତୀ ଉଦ୍ଧାରରେ ଲାଗିଛନ୍ତି ।

Related Posts