କୋଟିଆରେ ପୁଣି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଟିଆରେ ପୁଣି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି । କୋଟିଆ ପଞ୍ଚାୟତର ରେଡିବାଲାସାଠାରେ ଓଡ଼ିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର‌୍ୟ୍ୟ ବନ୍ଦ ହୋଇଯାଇଛି।

ଗାଁରେ ପାଣି ଟାଙ୍କି ସ୍ଥାପନା କରି ସେଥିରୁ ଘରକୁ ଜଳ ଯୋଗାଇ ବା ପାଇଁ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମର କିଛି ସରକାରୀ ଅଧିକାରୀ ଆସି ରାସ୍ତାଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts