ପୋଲାଭରମ୍ ପ୍ରକଳ୍ପ କରି ଫାଇଦା ନେଉଛି ଆନ୍ଧ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଲାଭରମ୍ ପ୍ରକଳ୍ପ କରି ଫାଇଦା ନେଉଛି ଆନ୍ଧ୍ର । ସେପଟେ ଏପଟେ ଓଡିଶାର ସୀମାନ୍ତ ଗାଁ ବନ୍ୟାରେ ବୁଡିଗଲାଣି । ପ୍ରକଳ୍ପ ଯୋଗୁଁ ଗୋଦାବରୀର ପଛୁଆ ପାଣି ମାଲକାନଗିରି ମୋଟୁ ଅଂଚଳରେ ପଶି ଯାଇଛି । ଯଦିଓ ବର୍ତମାନ ଧିରେ ଧିରେ ଗୋଦାବରୀ ନଦୀରେ ଜଳସ୍ତର କମୁଛି, କିନ୍ତୁ ମୋଟୁ ଅଂଚଳ ଏବେ ବି ପାଣି ଘେରରେ ରହିଛି । ପୋଲ ଓ ରାସ୍ତାରେ ଡଙ୍ଗା ଚାଲିଛି । ୪ ଦିନ ହେଲାଣି ୭ଟି ଗାଁ ପାଣି ଘେରରେ ରହିଛି । ମୋଟୁ କାଲେ ପୋଲ ଉପରେ ଡ଼େଙ୍ଗା ଚାଲିଛି । ମୋଟୁ ବନ୍ୟା ଯୋଗୁଁ ଅଲମା, ପେଟା, ବିନାୟକପୁର , ମିରଲିଗୁଡ଼ା ଗାଁ ଜଳ ମଗ୍ନ ହୋଇ ରହିଛି । ସେଠାରେ ବୋଟ୍ ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଂଚଳରେ ମଧ୍ୟ ଅଗ୍ନିଶମ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ରିଲିଫ ପ୍ରଦାନ କରିଛନ୍ତି । ସେପଟେ ମାଲକାନଗିରି ମୋଟୁ ଅଂଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ବନ୍ୟା ଜଳ ସ୍ତର ସାମାନ୍ୟ ହ୍ରାସ ପାଇଛି । ଗତ ୪ ଦିନ ହେବ ବୁଡ଼ି ରହିଛି ମାଲଗାନଗିରି ଜିଲ୍ଲାର ମୋଟୁ ଅଂଚଳ ।

ପ୍ରତିବର୍ଷ ବନ୍ୟାରେ ଏହି ଅଂଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ଦୁଇ ପାଶ୍ୱର୍ ଦେଇ ବୋହି ଯାଇଥିବା ସିଲେରୁ ଓ ସାବେରୀ ନଦୀର ପ୍ରଖର ସ୍ରୋତରେ ଧୋଇ ହୋଇ ବଡ଼ ବିପଦ ସୃଷ୍ଟି କରିଛି । ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି । ମୋଟୁ ପୁରୁଣା ବସ୍ତି ସଂପୂର୍ଣ୍ଣ ବୁଡି ଯିବାରୁ ଏଠାରେ ରହୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନୂଆ ମୋଟୁ ଓ ବିନାୟକପୁର ଗାଁର ମୋଟ୍ ୫୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts