ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ବିଜେପି ଛାଡି ନୂଆ ଦଳ ଗଢ଼ି ପାରନ୍ତି ଆନ୍ନାମଲାଇ ।ତେବେ ଆନ୍ନାମଲାଇ ଏଯାଏ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଗୋଟିଏ ସୋଶାଲ ମିଡିଆ ପୋଷ୍ଟ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି। ସେ କହିଛନ୍ତି, “ତାମିଲନାଡୁରେ ଆଉ ଗୋଟିଏ ରାଜନୀତିକ ଦଳ ଦାନା ବାନ୍ଧିବାକୁ ଯାଉଛି। ବର୍ତ୍ତମାନ ପ୍ରକ୍ରିୟା ଜୋରଦାର ଢଙ୍ଗରେ ଚାଲିଛି।” ଆନ୍ନାମଲାଇ ନୂଆ ରାଜନୀତିକ ଦଳ ଗଠନ କରିବାକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆନ୍ନାମଲାଇ ଖୁବଶୀଘ୍ର ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କୁ ଭେଟି ପାରନ୍ତି।
ଆନ୍ନାମଲାଇ ନୂଆ ଦଳ ଗଠନ କରିବାର ଯଥେଷ୍ଟ କାରଣ ରହିଛି।ନିକଟରେ କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିକୁ ନେଇ ଆନ୍ନାମଲାଇ ପ୍ରଶ୍ନ ଉଠାଇଥିଲେ। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଆଞ୍ଚଳିତକ ଦଳ ଏଆଏଡିଏମକେ ସହ ମେଣ୍ଟ କରିବାକୁ ମଧ୍ୟ ଆନ୍ନାମଲାଇ ବିରୋଧ କରିଥିଲେ। ଏଥିପାଇଁ ସେ ତାମିଲନାଡୁ ବିଜେପି ମୁଖିଆ ପଦ ଛାଡ଼ିଥିଲେ। ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କୁ ଦଳ ପାଇଁ ସେତେଟା ପ୍ରଚାର କରିବାକୁ ଦେଖିବାକୁ ମିଳି ନଥିଲା।
