୨୪ ଘଣ୍ଟାରେ ୧୫ଟି ବିମାନରେ ଭାରତ ଫେରିଲେ ଆଉ ୩୦୦୦ ଛାତ୍ରଛାତ୍ରୀ

ଜୋର୍ ଧରିଛି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କ ଉଦ୍ଧାର କାର୍ଯ୍ୟ । ଯୁଦ୍ଧ କାଳୀନ ଭିତ୍ତିରେ ସରକାର ୟୁକ୍ରେନ ରୁ ଭାରତିୟ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 15 ଟି ବିମାନ ଯୋଗେ ଭାରତ ଫେରିଛନ୍ତି 3000 ଛାତ୍ରଛାତ୍ରୀ। ଭାରତୀୟ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଫେରିଛନ୍ତି। ତେବେ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଜାରି ରହିବ । ଏଥିପାଇଁ ଅଧିକ ବିମାନ ପଠାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନର ନାମ ‘ଅପରେଶନ ଗଙ୍ଗା’ ରଖାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ପରେ ୧୮,୦୦୦ ଭାରତୀୟ ୟୁକ୍ରେନ୍‌ ଛାଡ଼ିସାରିଲେଣି।

ଅପରେଶନ୍‌ ଗଙ୍ଗା ଅଭିଯାନ୍‌ରେ ୩୦ଟି ବିମାନରେ ୬,୪୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଭାରତକୁ ଅଣାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ବିମାନ ବ୍ୟବସ୍ଥା କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳାୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି।

ଏଥିସହ ଆମେ ୟୁକ୍ରେନ୍‌ ଓ ରୁଷ ସହ ବିଭିନ୍ନ ଦେଶ ସହ ଯୋଗାଯୋଗରେ ଅଛୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି । ଯଥା ସମ୍ଭବ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଫେରେଇ ଆଣିବା ଆମର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭାରତିୟ ଛାତ୍ରଙ୍କ ୟୁକ୍ରେନ ରେ ମୃତ୍ୟୁ କୁ ନେଇ କଂଗ୍ରେସ୍ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related Posts