ୟୁକ୍ରେନ୍‌ର କ୍ଷୟକ୍ଷତି ପାଇଁ ପୁଟିନ ଦାୟୀ: ନବନିର୍ମାଣ ୟୁକ୍ରେନ୍ ପାଇଁ ସେ କରିବେ ଭରଣପୋଷଣ: ୟୁକ୍ରେନ ରାଷ୍ଟ୍ରପତି

ଋଷ ସେନାଙ୍କ ଆକ୍ରମଣରେ ବେହାଲ ହୋଇପଡିଛି ୟୁକ୍ରେନ । ଋଷ ଘନଘନ ଆକ୍ରମଣ ଜାରି ରଖିଥିବା ବେଳେ, ଧ୍ବଂସ ଓ ବି ଧ୍ବଂସ ଆଡ଼କୁ ଗତି କରୁଛି ୟୁକ୍ରେନ । ସେପଟେ ୟୁକ୍ରେନର ରାଷ୍ଟ୍ରପତି ପୁଣି ଥରେ ନିଜ ଦମ୍ଭକ୍ତି ଦେଖାଇଛନ୍ତି। ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍‌ର ନବନିର୍ମାଣ ହେବ ବୋଲି କହିଛନ୍ତି। ଏଥିସହ ଯୁଦ୍ଧରେ ନଷ୍ଠ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସଂସ୍ଥା ଗୁଡ଼ିକୁ ପୁଣିଥରେ ଗଢ଼ାଯିବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି। ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି।

ସେ ଆହୁରୀ କହିଛନ୍ତି ଯେ, ୟୁକ୍ରେନ୍‌ରେ ଯାହା ସବୁ କ୍ଷୟକ୍ଷତି ଘଟିଛି ଏହାର ଭରଣା ରୁଷ କରିବା ଉଚିତ। ଆମେ ଦୁଇ ଦୁଇଟି ବିଶ୍ୱଯୁଦ୍ଧକୁ ସାମ୍ନା କରି ସେଥିରୁ ବର୍ତ୍ତିଛୁ। ୩ଟି ଭୟଙ୍କର ଦୁର୍ଭିକ୍ଷକୁ ମଧ୍ୟ ମୁକାବିଲା କରିଛୁ। ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ଭେଟିଛୁ। କ୍ରିମିଆ ଅକ୍ତିଆର ଏବଂ ପୂର୍ବପଟରେ ଯୁଦ୍ଧର ବିଭୀଷିକା ଏମିତି କେତେ କଣ ବିପର୍ଯ୍ୟକୁ ସାମ୍ନା କରିଛୁ। ଅନେକ ସମୟର ରୁଷ ଆମକୁ ନଷ୍ଠ କରିବା ପାଇଁ ଉଦ୍ୟମ କରିଛି। କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିନି। ଆମେ ସବୁ ପ୍ରକାର ବିପତ୍ତିକୁ ସାମ୍ନା କରିଛୁ । ହେଲେ ହାରମାନିନୁ। ଯଦି ଏତେ ପରେ କେହି ଜଣେ ଭାବୁଥାଏ ୟକ୍ରେନ ଲୋକେ ଡରିଯିବେ, ଭାଙ୍ଗିଯିବେ କିମ୍ବା ଆତ୍ମ ସମର୍ପଣ କରିବେ ତେବେ ସେମାନେ ଭୁଲ ଭାବୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଦମ୍ଭର ସହ କହିଛନ୍ତି।

ୟୁକ୍ରେନ୍‌ ବିଷୟରେ ପୁଟିନ୍‌ କିଛି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ଫେବୃଆରୀ ୨୪ରେ ରୁଷ ୟୁକ୍ରେନ୍‌ ଉପରେ ସ୍ୱତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିଥିଲା। ଗତ ସପ୍ତାହେ ମଧ୍ୟରେ ରୁଷ ଆକ୍ରମଣକୁ ତୀବ୍ର କରିବା ପରେ ୟୁକ୍ରେନ୍‌ର ବହୁ ଅଞ୍ଚଳ ଧ୍ୱଂସ୍ତ ବିଧ୍ୱସ୍ତ ହୋଇପଡିଛି।

Related Posts