ଏସିବି ହାତରେ ଆଉ ଜଣେ ସରକାରୀ ଅଧିକାରୀ: ୧୦୦ କୋଟି ଟଙ୍କାର ବେନାମି ସମ୍ପତ୍ତି ଠାବ

ଜୟପୁର: ତଦନ୍ତକାରୀ ସଂସ୍ଥା ଆଣ୍ଟି କରପ୍ସନ୍‌ ବ୍ୟୁରୋ ( ଏସିବି) ହାତରେ ପୁଣି ଜଣେ ଧଳା ହାତୀ। 5 ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିବାରୁ ବେନାମି ସମ୍ପତ୍ତି ଉପରୁ ପରଦା ଉଠିଛି । ୧୦୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ସେଥିରେ ଦାମୀ ଗହଣା ଏବଂ ଅନ୍ୟାନ୍ୟ ସମ୍ପତ୍ତି ରହିଛି। ବାୟୁଫ୍ୟୁଏଲ ଅଥରିଟିର ସିଇଓ ସୁରେନ୍ଦ୍ର ସିଂ ରାଠୋରଙ୍କ ଘରେ ଏହି ଚ‍ଢ଼ାଉ ପରେ ବଡ଼ଧରଣ ଦୁର୍ନୀତି ଧରାପଡ଼ିଛି। ଗୁରୁବାର ରାଠୋର ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି।

ବାୟୁଫ୍ୟଏଲ ଅ‌ଥରିଟି ରାଜସ୍ତାନ ସରକାରଙ୍କ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତି ରାଜ ବିଭାଗ ଅଧିନରେ ରହିଛି। ଆଣ୍ଟି କରପ୍ସନ୍‌ ବ୍ୟୁରୋ(ଏସିବି) ପକ୍ଷରୁ ଏହି ଚଢ଼ା‌ଉ କରାଯାଇଥିଲା । ଚଢ଼ାଉ ବେଳେ ରାଠୋରଙ୍କ ବାସଭବନରୁ ଦାମୀ ମଦ ଜବତ କରାଯାଇଛି। ଏଥିପାଇଁ ଅବକାରୀ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜସ୍ତାନର ଜ୍ୟୋତିନଗର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏସିବିର ଡାଇରେକ୍ଟର ଜେନେରାଲ ବିଏଲ ଲୋହି କହିଛନ୍ତି ଯେ, ଯେତେବଳେ ତଦନ୍ତକାରୀ ଟିମ୍‌ ଚଢ଼ାଉ ପାଇଁ ଯାଇଥିଲା ରାଠୋର ସେମାନଙ୍କୁ ଧମକ ଚମକ ଦେଇ ଗାଳିଗୁଲଜ କରିଥିଲେ । ଗରମ ଦେଖାଇ ମୋ ପାଖରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ମୋର କଣ କରିବ ଏସିବି। ଏମିତି ପ୍ରଶ୍ନ କରିଥିଲେ।

ବବ୍ୟସାୟ ପାଇଁ ଜଣେ ବ୍ୟକ୍ତିଙ୍କ ଲାଇସେନ୍ସ ନବୀକରଣ ପାଇଁ ରାଠୋର ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଦେବେଷ ଶର୍ମା ନାମକ ବ୍ୟବସାୟୀ ତଥା ଆବେଦନକାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଉଥିବା ବେଳେ ରାଠୋର ଧରାପଡ଼ିଥିଲେ। ଏଥିସହ ଜୟପୁରରରେ ତାଙ୍କର ୪ଟି ସ୍ଥାନରେ ଘର ଓ ଫାର୍ମ ହାଉସ୍‌ରେ ରେଡ୍‌ କରାଯାଇଛି। ଚଢ଼ାଉ ବେଳେ ୪କୋଟି ଟଙ୍କା କ୍ୟାସତ, ୨୦ଟି ଜିମର କାଗଜପତ୍ର ଜବତ କରାଯାଇଛି। ତାଙ୍କ ଘରୁ ୪ଟି ବିଳାସପୂର୍ଣ୍ଣ କାର ଜବତ କରାଯାଇଛି। ମୋଟ ଉପରେ ତାଙ୍କ ଘରୁ ୧୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ କରାଯାଇଛି । ଆଗକୁ ଏହି ସମ୍ପତ୍ତି ତାଲିକା ବଢିବ ବୋଲି ଅନୁମାନ କରାଯାଉଛି ।

Related Posts