ଆମେରିକାରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ଇଲିନୋଇସ୍ ସାଧାରଣ ମହାସଭାକୁ ୨୩ ବର୍ଷୀୟ ନବୀଲା ସୟିଦ ନିର୍ବାଚିତ

ୱାଶିଂଟନ: ଆମେରିକାରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ୨୩ ବର୍ଷୀୟ ନବୀଲା ସୟିଦ ଇଲିନୋଇସ୍ ସାଧାରଣ ମହାସଭାକୁ ସର୍ବକିନଷ୍ଠ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଜିତି ଏପରି ରେକର୍ଡ କରିଛନ୍ତି।

ଡେମୋକ୍ରାଟ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଭାରତୀୟ ବଂଶୋଦ୍ଭବ ନବୀଲା ରିପବ୍ଲିକାନର କ୍ରିସ୍ ବୋସଙ୍କୁ ପରାସ୍ତ କରିଛନ୍ତି। ଇଲିନୋଇସ୍ ଷ୍ଟେଟ ଅଫ ରିପ୍ରେଜନଟେଟିଭସର ୫୧ତମ ଜିଲ୍ଲା ନିର୍ବାଚନରେ ନବୀଲାଙ୍କୁ ୫୨.୩% ଭୋଟ ମିଳିଛି।

ଏହି ଐତିହାସିକ ବିଜୟ ପରେ ନବୀଲା ସୋଶାଲ ମିଡିଆରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ମୋ ନାଁ ନବୀଲା ସୟିଦ। ମୁଁ ଜଣେ ୨୩ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ। ଆମେ ବର୍ତ୍ତମାନ ରିପବ୍ଲିକାନ ଦ୍ୱାରା ପରିଚାଳିତ ଗୋଟିଏ ସହରରେ ନିର୍ବାଚନ ଜିତିଛୁ। ଏଥିସହ ଜାନୁଆରୀ ମାସରେ ମୁଁ ଇଲିନୋଇସ୍ ସାଧାରଣ ମହାସଭାର ସର୍ବ କନିଷ୍ଠ ସଦସ୍ୟ ହେବି।” ଆଉ ଗୋଟିଏ ଟ୍ୱିଟର ଜବାବରେ ନବୀଲା କହିଛନ୍ତି, “ଆଗାମୀ ଦିନ ପାଇଁ ମୋ ପାଖକୁ ଶୁଭେଚ୍ଛା ପଠାଉଥିବା ସମସ୍ତଙ୍କୁ ଧନ୍ୟବାଦ।

ନବୀଲା ଇନଷ୍ଟାଗ୍ରାମରେ ମଧ୍ୟ ନିଜ ରାଜନୀତିକ ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ନିଜ ମିଶନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, “ଯେତେବେଳେ ମୁଁ ରାଜ୍ୟ ପ୍ରତିନିଧି ଭାବେ ଘୋଷଣା କଲି ସେତେବଳେ ମୁଁ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଗୋଟିଏ ମିଶନ ଆରମ୍ଭ କରିଥିଲି। ଗୋଟିଏ ଭଲ ଗଣତନ୍ତ୍ର ପାଇଁ ଲୋକମାନଙ୍କୁ ସେମାନଙ୍କ ପ୍ରତିନିଧି ବାଛିବା କାମରେ ବଳିଷ୍ଠ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲି।

Related Posts