ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ଙ୍କ ମୃତ୍ୟୁ । ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦଘାତରେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ। ହଠାତ୍‌ ସେ ଷ୍ଟ୍ରୋକର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍‌ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ। ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନବୀନ ଙ୍କ ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ ।

Related Posts