ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି କଟକ ସହରରେ ଉଦଘାଟିତ ହୋଇଛି ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ଥାନା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।
ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ପୂର୍ବରୁ ଏହି ଅଞ୍ଚଳଟି ଚଉଳିଆଗଞ୍ଜ ଥାନା ଅଧୀନରେ ରହିଥିଲା। ତେବେ ବର୍ତ୍ତମାନର ଥାନା ଏକ ଭଡା ଘରେ ଚାଲୁଛି, ଖୁବଶୀଘ୍ର ଏହାର ନିଜସ୍ୱ ଥାନା ଗୃହ ନିର୍ମାଣ କରାଯିବ। ପୋଲିସ ବିଭାଗରେ ଖାଲି ଥିବା ପଦ ପୂରଣ ପ୍ରସଙ୍ଗରେ ଡିଜି କହିଛନ୍ତି ଯେ, ଖୁବଶୀଘ୍ର ସମସ୍ତ ପଦବୀ ଗୁଡିକୁ ପୂରଣ କରାଯିବ। ଉଦଘାଟନୀ ଉତ୍ସବରେ ପୋଲିସ କମିଶନର, କଟକ ଡିସିପି, କଟକ ମେୟର ଓ ଚୌଦ୍ୱାର କଟକ ବିଧାୟକ ଉପସ୍ଥିତ ଥିଲେ।
